Football

ମହିଳା ଫୁଟବଲ : ଶ୍ରଦ୍ଧାଞ୍ଜଳୀ, ଜବାରଙ୍କୁ ନୂଆ ଦାୟିତ୍ୱ

(ଓଡ଼ିଶା ସ୍ପୋର୍ଟ):  ଓଡ଼ିଶା ରାଜ୍ୟ ମହିଳା ଫୁଟବଲ ଟିମରେ କିଛିଟା ପରିବର୍ତ୍ତନ କରାଯାଇଛି । ଏଥିରେ ଫୁଟବଲ ଖେଳାଳି ଶ୍ରଦ୍ଧାଞ୍ଜଳୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ପୁଣି ଥରେ ସେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । ସେ ପୂର୍ବରୁ ଜାତୀୟ ଓ ଆନ୍ତଜାର୍ତୀୟ ସ୍ତରରେ ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ କୋଚ ରହିଥିଲେ । ୨୦୧୫ ଏସିଆନ ଫୁଟବଲ କନ୍ଫେଡ଼େରେସନ କପ ପାଇଁ ଶ୍ରଦ୍ଧାଞ୍ଜଳୀ ୨୦୧୪ ମସିହାରେ ଭାରତୀୟ ୟୁ-୧୬ ବାଳିକା ଫୁଟବଲ ଦଳର ଆସିଷ୍ଟାଷ୍ଟ କୋଚ ଭାବେ ନିୟୋଜିତ ହୋଇଥିଲେ । ସେହିପରି ଟିମର ଟେକନିକାଲ ଡ଼ାଇକ୍ଟେର ଭାବେ ଏମ ଡ଼ି ସାହିଦ ଜବାରଙ୍କୁ ନିଯୁକ୍ତି ଦିଆଯାଇଛି । ସେ ପୂର୍ବରୁ ଭାରତୀୟ ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ ।ସେ ୨୦୧୦ରୁ ୨୦୧୨ ମଧ୍ୟରେ ଏହି ପଦରେ ରହିଥିଲେ ।

Related posts

ବାଲାଦେବୀଙ୍କ ଚାରିଗୋଟି ଗୋଲ୍ ସାହାଯ୍ୟରେ ଭାରତ ବାଙ୍ଗଲାଦେଶକୁ ୭-୧ଗୋଲ୍ ରେ ପରାସ୍ତ କଲା

Odisha Sports Bureau

ୟୁରୋ କପର ଫାଇନାଲ ରେ ମୁହାଁମୁହିଁ ହେବେ ସ୍ପେନ୍ ଓ ଇଂଲଣ୍ଡ

ଭାରତୀୟ ଫୁଟବଲ ମୁଖ୍ୟ କୋଚ ଷ୍ଟିଫେନଙ୍କ ଇସ୍ତଫା

Odisha Sports Bureau