Football

ୟୁରୋ କପର ଫାଇନାଲ ରେ ମୁହାଁମୁହିଁ ହେବେ ସ୍ପେନ୍ ଓ ଇଂଲଣ୍ଡ

ନୂଆଦିଲ୍ଲୀ: ଆସନ୍ତା ରବିବାର ୟୁରୋ କପର ଫାଇନାଲ ରେ ମୁହାଁମୁହିଁ ହେବେ ସ୍ପେନ୍‌ ଓ ଇଂଲଣ୍ଡ । ଗତ ମଙ୍ଗଳବାର ଦିନ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ପ୍ରବେଶ କରିଥିଲା ଫ୍ରାନ୍ସ । ସେହିପରି ସେମିଫାଇନାଲ୍‌ରେ ଇଂଲଣ୍ଡ ୨-୧ ଗୋଲ୍‌ରେ ନେଦରଲାଣ୍ଡ୍‌ସକୁ ମାତ୍‌ ଦେଇ ଦ୍ବିତୀୟରେ ଫାଇନାଲ ରେ ପ୍ରବେଶ କରିଛି । ରୋମାଞ୍ଚଭର ଏହି ଦ୍ବିତୀୟ  ସେମିଫାଇନାଲ୍‌ରେ ସପ୍ତମ ମିନିଟ୍‌ରେ ଜାଭି ସାଇମନ୍ସ ନେଦରଲାଣ୍ଡ୍‌ସ ପାଇଁ ଖାତା ଖୋଲିଥିଲେ। କିନ୍ତୁ ଅଷ୍ଟାଦଶ ମିନିଟ୍‌ରେ ଇଂଲଣ୍ଡ ଏହାକୁ ଶୁଝି ଦେଇଥିଲା।

ସପ୍ତଦଶ ମିନିଟ୍‌ରେ ଡେଞ୍ଜେଲ୍‌ ଡମ୍‌ଫ୍ରାଏଜ୍‌ ଇଂଲଣ୍ଡର ଅଧିନାୟକ ହାରି କେନ୍‌ଙ୍କୁ ପେନାଲ୍‌ଟି ଅଞ୍ଚଳ ଭିତରେ ଫାଉଲ୍‌ ମାରିଥିଲେ। ଅମ୍ପାୟାର ଏହାକୁ ପେନାଲ୍‌ଟି ଘୋଷଣା କରିଥିଲେ। ଭାର୍‌ରେ ମଧ୍ୟ ନିଷ୍ପତ୍ତି ଇଂଲଣ୍ଡ ସପକ୍ଷରେ ଯାଇଥିଲା। କେନ୍‌ ଏହି ସଟ୍‌କୁ ନେଇଥିଲା ବେଳେ ସହଜରେ ଗୋଲ୍‌ରେ ପରିଣତ କରିଥିଲେ। ଏହାପରଠୁ କିନ୍ତୁ ଶେଷ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ୍‌ ଦେଇପାରୁ ନଥିଲେ। ଯଦିଓ ଉଭୟ ଦଳଙ୍କ ମଧ୍ୟରେ ଏକାଧିକ ଉତ୍ତେଜନା ମୁହୂର୍ତ୍ତ ଦେଖାଯାଇଥିଲା। ତଥାପି ଶେଷ ମିନିଟ୍‌ର ଇନ୍‌ଜ୍ୟୁରି ଟାଇମ୍‌ (୯୦+୧ ମିନିଟ୍‌) ରେ ଓଲି ୱାଟକିନ୍ସ ବାମପଟୁ କିକ୍‌ ମାରି ଇଂଲଣ୍ଡକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ।

 

Related posts

ମୋହନ ବାଗାନଠୁ ୪-୦ରେ ହାରିଲା ଓଡ଼ିଶା ଏଫ୍‌ସି

Odisha Sports Bureau

ଓଡ଼ିଶା ଏଫ୍ସି ବୁଧବାର ଅହମଦ ଜାହୋଉଙ୍କ ସହ ୨ ବର୍ଷିୟା ଚୁକ୍ତି କରିଛି

୧୪୫ତମ ହେଡର ଗୋଲରେ ପହଁଚିଲେ ରୋନାଲ୍ଡୋ

Odisha Sports Bureau