Cricket

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ !

ପାକିସ୍ତାନ ଯିବନି ଇଣ୍ଡିଆ ଟିମ୍ ! ପାକିସ୍ତାନ ବଦଳରେ ଦୁବାଇ କିମ୍ବା ଶ୍ରୀଲଙ୍ଜାରେ ମ୍ୟାଚ କରିବବାକୁ ବିସିସିଆଇ କିମିଟକୁ ନିବେଦନ କରିବ ବୋଲି ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ହାଇବ୍ରିଡ ମଡେଲରେ ମ୍ୟାଚ୍ ଖେଳାଯିବାର ସମ୍ଭାବନା ସୃଷ୍ଟି ହୋଇଛି । ପୂର୍ବରୁ ଏସିଆ କପରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ହାଇବ୍ରିଡ ମଡେଲରେ ଏସିଆ କପର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା ଭାରତୀୟ ଟିମ୍ । ଟିମ୍ ଚାମ୍ପିଅଅନ୍ସ ଟ୍ରଫି ପାକିସ୍ତାନର ଯିବାର କୌଣସି ସମ୍ଭାବନା ନାହିଁ । ଏହା ପୂର୍ବର ଏସିଆ କପରେ ମଧ୍ୟ ଏଭଳି ମଡେଲରେ ଟୁର୍ଣ୍ଣାମେଣ୍ଟ ଆୟୋଜନା ହୋଇସାରିଚି ।ଭାରତ ତାର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିଥିଲା । ନିକଟରେ ପାକିସ୍ତାନ ଚାମ୍ପିଆନ୍ସ ଟ୍ରଫିର ଆଇସିସି ନିକଟରେ ଦାଖଲ କରିଥରଲେ ।ଆସନ୍ତା ୨୦୨୫ ଫେବ୍ରୁଆରୀରେ ପାକିସ୍ତାନରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫି । ଏନେଇ ପାକିସ୍ତାନ ପକ୍ଷରୁ ସମସ୍ତ ମ୍ୟାଚ୍ ସୂଚୀ ଆଇସିସିକୁ ପ୍ରଦାନ କରାଯାଇଛି । ଯେଉଁଥିରେ ସୁରକ୍ଷା ଦୃଷ୍ଟିକୋଣରୁ ଭାରତର ସମସ୍ତ ମ୍ୟାଚ୍ ଲାହୋରରେ ଖେଳାଯିବାକୁ ସ୍ଥିରୀକୃତ ହୋଇଛି । କିନ୍ତୁ ବିସିସିଆଇ ପକ୍ଷରୁ ପାକିସ୍ତାନରେ ମ୍ୟାଚ୍ ଖେଳିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଏସବୁ ଭିତରେ ପାକିସ୍ତାନକୁ ମ୍ୟାଚ୍ ଖେଳିବାକୁ ଭାରତ ଯାଇନପାରେ ବୋଲି ବିସିସିଆଇର ବିଶ୍ୱସ୍ତ ସୂତ୍ରରୁ ଖବର ସରବରାହ ସଂସ୍ଥା ଏଏନଆଇକୁ ସୂଚନା ମିଳିଛି । ତେବେ ପାକିସ୍ତାନକୁ ଭାରତୀୟ ଟିମ୍ ଖେଳିବାକୁ ଯିବ କି ନାହିଁ ତାହାର ଶେଷ ନିଷ୍ପତ୍ତି ଭାରତ ସରକାର ନେବେ ।

Related posts

ସୁପର୍ ଫାଷ୍ଟ୍ ଷ୍ଟମ୍ପିଙ୍ଗ୍ ପାଇଁ ଚର୍ଚ୍ଚାରେ କ୍ୟାପଟେନ୍ କୁଲ୍

ଟ୍ରଫି ପାଇଁ ୮ଶହ କୋଟିର କ୍ଷତି ସହିଲା ପାକିସ୍ତାନ କ୍ରିକେଟ ବୋର୍ଡ

Odisha Sports Bureau

ବିଶ୍ୱକପରେ ଟିମ ଭାରତକୁ ବଡ ଝଟକା : ଦଳରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

Leave a Comment