Cricket

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ !

ପାକିସ୍ତାନ ଯିବନି ଇଣ୍ଡିଆ ଟିମ୍ ! ପାକିସ୍ତାନ ବଦଳରେ ଦୁବାଇ କିମ୍ବା ଶ୍ରୀଲଙ୍ଜାରେ ମ୍ୟାଚ କରିବବାକୁ ବିସିସିଆଇ କିମିଟକୁ ନିବେଦନ କରିବ ବୋଲି ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ହାଇବ୍ରିଡ ମଡେଲରେ ମ୍ୟାଚ୍ ଖେଳାଯିବାର ସମ୍ଭାବନା ସୃଷ୍ଟି ହୋଇଛି । ପୂର୍ବରୁ ଏସିଆ କପରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ହାଇବ୍ରିଡ ମଡେଲରେ ଏସିଆ କପର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା ଭାରତୀୟ ଟିମ୍ । ଟିମ୍ ଚାମ୍ପିଅଅନ୍ସ ଟ୍ରଫି ପାକିସ୍ତାନର ଯିବାର କୌଣସି ସମ୍ଭାବନା ନାହିଁ । ଏହା ପୂର୍ବର ଏସିଆ କପରେ ମଧ୍ୟ ଏଭଳି ମଡେଲରେ ଟୁର୍ଣ୍ଣାମେଣ୍ଟ ଆୟୋଜନା ହୋଇସାରିଚି ।ଭାରତ ତାର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିଥିଲା । ନିକଟରେ ପାକିସ୍ତାନ ଚାମ୍ପିଆନ୍ସ ଟ୍ରଫିର ଆଇସିସି ନିକଟରେ ଦାଖଲ କରିଥରଲେ ।ଆସନ୍ତା ୨୦୨୫ ଫେବ୍ରୁଆରୀରେ ପାକିସ୍ତାନରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫି । ଏନେଇ ପାକିସ୍ତାନ ପକ୍ଷରୁ ସମସ୍ତ ମ୍ୟାଚ୍ ସୂଚୀ ଆଇସିସିକୁ ପ୍ରଦାନ କରାଯାଇଛି । ଯେଉଁଥିରେ ସୁରକ୍ଷା ଦୃଷ୍ଟିକୋଣରୁ ଭାରତର ସମସ୍ତ ମ୍ୟାଚ୍ ଲାହୋରରେ ଖେଳାଯିବାକୁ ସ୍ଥିରୀକୃତ ହୋଇଛି । କିନ୍ତୁ ବିସିସିଆଇ ପକ୍ଷରୁ ପାକିସ୍ତାନରେ ମ୍ୟାଚ୍ ଖେଳିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଏସବୁ ଭିତରେ ପାକିସ୍ତାନକୁ ମ୍ୟାଚ୍ ଖେଳିବାକୁ ଭାରତ ଯାଇନପାରେ ବୋଲି ବିସିସିଆଇର ବିଶ୍ୱସ୍ତ ସୂତ୍ରରୁ ଖବର ସରବରାହ ସଂସ୍ଥା ଏଏନଆଇକୁ ସୂଚନା ମିଳିଛି । ତେବେ ପାକିସ୍ତାନକୁ ଭାରତୀୟ ଟିମ୍ ଖେଳିବାକୁ ଯିବ କି ନାହିଁ ତାହାର ଶେଷ ନିଷ୍ପତ୍ତି ଭାରତ ସରକାର ନେବେ ।

Related posts

ଆଜିରୁ ଆରମ୍ଭ ହୋବ ଭାରତ ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ

Odisha Sports Bureau

ଘରୋଇ ପ୍ରତିଯୋଗିତା ଗୁଡ଼ିକର ପୁରସ୍କାର ରାଶି ବୃଦ୍ଧି କଲା ବିସିସିଆଇ

Odisha Sports Bureau

୨୦୨୭ ODI ବିଶ୍ୱକପରେ ଦେଖାଯିବେ ନାହିଁ ବିଶ୍ୱ କ୍ରିକେଟର ଏହି ବଡ ତାରକା? ଏହି ତାଲିକାରେ ଭାରତୀୟ ଅଧିନାୟକ ମଧ୍ୟ ସାମିଲ

Odisha Sports Bureau