Cricket

ମହାନତା ଦେଖାଇଲେ ରାହୁଲ, ବିସିସିଆଇକୁ ଫେରାଇଲେ ଅଢ଼େଇ କୋଟି

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ୍ ମୁଖ୍ୟ କୋଚ ପଦରୁ ଅବସର ନେବା ପରେ ମହାନତା ଦେଖାଇଛନ୍ତି ରାହୁଲ ଦ୍ରାବିଡ । ମୁଖ୍ୟ କୋଚ ଭାବେ ବିସିସିଆଇ ପକ୍ଷରୁ ମିଳିଥିବା ୫ କୋଟି ଟଙ୍କାର ବୋନସ ନେବାକୁ ସେ ମନା କରିଦେଇଛନ୍ତି । ଅନ୍ୟ ସହଯୋଗୀ କୋଚମାନଙ୍କୁ ଅଢ଼େଇ କୋଟି ଟଙ୍କା ମିଳୁଥିବାରୁ ତାଙ୍କୁ ମଧ୍ୟ ସମାନ ପରିମାଣର ଅର୍ଥ ପ୍ରଦାନ କରାଯାଉ ବୋଲି ସେ ବିସିସିଆଇକୁ ଅପିଲ କରିଛନ୍ତି । ଟି-୨୦ ବିଶ୍ବକପ ଜିତିବା ପରେ ଭାରତୀୟ ଖେଳାଳି ଓ ସହଯୋଗୀଙ୍କ ପାଇଁ ୧୨୫ କୋଟି ଟଙ୍କା ଘୋଷଣା କରିଥିଲା ବିସିସିଆଇ । କିନ୍ତୁ ନିଜ ବୋନସର ଅଧା ପରିମାଣ ନେବାକୁ ମନା କରି ରାହୁଲ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଅନ୍ୟ କୋଚଙ୍କ ସହ ଭେଦଭାବ ହେଉ ତାହା ଚାହୁଁ ନାହାଁନ୍ତି ରାହୁଲ । ତେଣୁ ସେ ଏଭଳି ନିଷ୍ପତି ନେଇଛନ୍ତି ।

Related posts

ଆଫଗାନିସ୍ତାନରୁ ପରାସ୍ତ ହେବା ପରେ ପାକିସ୍ତାନୀ ଖେଳାଳିଙ୍କୁ ସମାଲୋଚନା କଲେ ୱାସିମ ଅକ୍ରମ

Odisha Sports Bureau

ଟାଏ ରହିଲା ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍

Odisha Sports Bureau

ଶେଷ ଦିନିକିଆ ମ୍ୟାଚ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Odisha Sports Bureau

Leave a Comment