Football

ମୋହନ ବାଗାନଠୁ ୪-୦ରେ ହାରିଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର : ଭୁବନେଶ୍ୱର ଭିତ୍ତିକ ଫୁଟ୍‌ବଲ୍‌ ଦଳ ଓଡ଼ିଶା ଏଫ୍‌ସି ପରାଜୟରୁ ନିଜର ନୂଆ ଋତୁ ଆରମ୍ଭ କରିଛି। ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରୁ ଚଳିତ ଋତୁ ଆରମ୍ଭ କରିଥିବା ଓଡ଼ିଶା ଗତକାଲି ଏଏଫ୍‌ସି କପ୍‌ର ପ୍ରଥମ ମ୍ୟାଚ୍‌ରେ ପଡ଼ୋଶୀ ମୋହନ ବାଗାନ ସୁପର ଜାଏଣ୍ଟସ୍‌ଠୁ ୦-୪ ଗୋଲ୍‌ରେ ହାରି ଯାଇଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା।

ଦ୍ବିତୀୟାର୍ଦ୍ଧର ପ୍ରଥମ ମିନିଟ୍‌ରେ ସାହାଲ ଅବଦୁଲ ସାମଦ (୪୬ ମିନିଟ୍‌)ଙ୍କ ଗୋଲ୍‌ରେ ମୋହନ ବାଗାନକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲା। ଏହାପରେ ଡିମିତ୍ରି ପେଟ୍ରାଟସ (୬୮, ୮୨ ମିନିଟ୍‌) ଦୁଇଟି ଏବଂ ଲିଷ୍ଟନ କାଲ୍‌କୋ (୭୯ ମିନିଟ୍‌) ଗୋଟିଏ ଗୋଲ୍‌ କରି ଆଇଏସ୍‌ଏଲ୍‌ ଓ ଡୁରାଣ୍ଡ କପ୍‌ ବିଜେତା ମୋହନ ବାଗାନକୁ ବିଜୟ ଭେଟି‌ ଦେଇଥିଲେ। ଓଡ଼ିଶା ଶନିବାର କଳିଙ୍ଗ ଷ୍ଟାଡିୟମରେ ଅପରାହ୍ଣ ୫.୩୦ରେ ଚେନ୍ନାଇନ୍‌ ଏଫ୍‌ସି ବିପକ୍ଷରେ ଖେଳି ଆଇଏସ୍‌ଏଲ୍‌ ଅଭିଯାନ ଆରମ୍ଭ କରିବ।

Related posts

୧୬ନଂ ଜର୍ସିକୁ ଦିଆଜିବ ଅବସର

Odisha Sports Bureau

ଫୁଟବଲ ଖେଳୁଥିବା ସମୟରେ ଚାଲିଗଲା ଜୀବନ

Odisha Sports Bureau

ପଦ୍ମ ପୁରସ୍କାର ସମ୍ମାନରେ ସମ୍ମାନିତ ହେଲେ ୫ଜଣ କ୍ରୀଡ଼ାବିତ

Odisha Sports Bureau