Cricket

ଏଥର ବିଶ୍ବକପ୍ ରେ ଡିଜନି ପ୍ଲସ ହଟଷ୍ଟାର ଆପ୍ ରେ ସମସ୍ତ ମ୍ୟାଚ୍ ଗୁଡ଼ିକୁ ମାଗଣାରେ ପ୍ରସାରିତ କରାଯିବାକୁ ଘୋଷଣା

ବ୍ୟୁରୋ : ଏଥର ବିଶ୍ବକପ୍ ରେ ଡିଜନି ପ୍ଲସ ହଟଷ୍ଟାର ଆପ୍ ରେ ସମସ୍ତ ମ୍ୟାଚ୍ ଗୁଡ଼ିକୁ ମାଗଣାରେ ପ୍ରସାରିତ କରାଯିବାକୁ ଘୋଷଣା କରାଯାଇଛି। ଚଳିତ ବର୍ଷ ଆଇପିଏଲ୍ ସମୟରେ ଜିଓ ସିନେମା ଯେଉଁଭଳି ଭାବେ ଡିଜିଟାଲ୍ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲା, ସେହିଭଳି ଯୋଜନା ଡିଜ୍ନି ପ୍ଲସ ହଟଷ୍ଟାର ବିଶ୍ବକପ୍ ବେଳେ ଆପଣାଇବାକୁ ନିଷ୍ପତ୍ତି ହୋଇଥିବା ଇଲାରା କ୍ୟାପିଟାଲ୍ସର ବରିଷ୍ଠ ଉପସଭାପତି ପ୍ରକାଶ କରିଛନ୍ତି। ଆପ୍ ରେ ମାଗଣା ଖେଳ ଦେଖିବାର ସୁବିଧା ଦିଆଯିବା ସହିତ ଷ୍ଟାର୍ ନେଟୱର୍କର ସମସ୍ତ ଟିଭି ଚ୍ୟାନେଲ୍ଗୁଡ଼ିକରେ ବିଶ୍ବକପ୍ ଦେଖିବାକୁ ସୁଯୋଗ ରହିବ। ମ୍ୟାଚ୍ଗୁଡ଼ିକ ସକାଳ ସାଢ଼େ ୧୦ଟା ଏବଂ ଅପରାହ୍ନ ୨ଟାରେ ଆରମ୍ଭ ହେବ। ତେଣୁ ଦର୍ଶକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ସମୟ ନିର୍ଘଣ୍ଟ କରାଯାଇଥିବାରୁ ଅଧିକ ଦର୍ଶକଙ୍କୁ ମ୍ୟାଚ୍ ସମୟରେ ଯୋଡ଼ାଯାଇପାରିବ।
ତେବେ ଗତ ୨୦୧୯ ବିଶ୍ବକପ୍ ରେ ୧୩୫୦ କୋଟି ଟଙ୍କା ଆୟ ହୋଇଥିଲା ବେଳେ ଏଥର ପାଖାପାଖି ୫୦ ପ୍ରତିଶତ ଅଧିକ ଆୟ ହେବ ବୋଲି ଇଲାରା କ୍ୟାପିଟାଲ୍ସ ପକ୍ଷରୁ ଜଣାପଡିଛି । ଡିଜିଲାଲ୍ ଆୟ ଦ୍ବିଗୁଣା ହେବା ନେଇ ଆକଳନ କରାଯାଇଛି। ତେବେ ପୁରୁଷ ଦିନିକିଆ ବିଶ୍ବକପ୍ରେ ମ୍ୟାଚ୍ ସିଧାପ୍ରସାରଣରୁ ୨,୦୦୦ ରୁ ୨,୨୦୦ କୋଟି ଟଙ୍କା ପର୍ୟ୍ୟନ୍ତ ଆୟ ହେବା ଆକଳନ ହୋଇଛି। ଡିଜିଟାଲ ଆୟ ୯୫୦ କୋଟି ଟଙ୍କା ଆକଳନ ହୋଇଥିଲା ବେଳେ ଟେଲିଭିଜନ୍ରୁ ଗତ ସଂସ୍କରଣର ୯୦୦ କୋଟି ଟଙ୍କା ତୁଳନାରେ ଏଥର ୧୧୫୦କୋଟି ଟଙ୍କା ଆୟ ପାଇଁ ଲକ୍ଷ୍ୟ ରଖାଯାଇଛି।

Related posts

ଆଇସିସି ହଲ୍ ଅଫ୍ ଫେମ୍‌ରେ ସାମିଲ ହେଲେ ଗାଙ୍ଗୁଲି, ଅଞ୍ଜୁମ ଓ ପିଟରସନ୍

ନେଲସନରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୱେଷ୍ଟଇଣ୍ଡିଜ୍‌କୁ ୯ ରନ୍‌ରେ ପରାସ୍ତ କରିଛି

Odisha Sports Bureau

ଛକା ମାରିଲେକୋହଲି, ଷ୍ଟାଣ୍ଡରେ ନାଚିଲେ ଅନୁଷ୍କା ଶର୍ମା

Odisha Sports Bureau