Cricket

ପୁଣି ଥରେ ବିସିସିଆଇର ପ୍ରାୟୋଜକ ପେଟିଏମ

(ଓଡିଶାସ୍ପୋର୍ଟସ): ୨୦୧୫ରେ ପେଟିଏମ୍ ୪ ବର୍ଷ ଲାଗି ଭାରତୀୟ କ୍ରିକେଟ୍ର ପ୍ରାୟୋଜନ ଅଧିକାର ପାଇଥିଲା। ଏଥିପାଇଁ ବିସିସିଆଇକୁ ୨୦୩.୨୮ କୋଟି ଟଙ୍କା ପେଟିଏମ୍ ପ୍ରଦାନ କରିଥିଲା। ଫଳରେ ଭାରତରେ ଆୟୋଜିତ ସମସ୍ତ ଦ୍ବିପାକ୍ଷିକ ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି୨୦ ସିରିଜ୍ ପେଟିଏମ୍ ସିରିଜ୍ ନାମରେ ନାମିତ ହୋଇଥିଲା। ପୁଣି ରଣଜୀ, ଦୁଲୀପ, ବିଜୟ ହଜାରେ, ସୟଦ୍ ମୁସ୍ତାକ୍ ଅଲୀ ପରି ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନାମ ସହ ପେଟିଏମ୍ ଯୋଡ଼ି ହୋଇ ଯାଇଥିଲା। ଗତ ଥର ଅପେକ୍ଷା ଏଥର ପେଟିଏମ୍ ୫୮ ପ୍ରତିଶତ ଅଧିକ ଅର୍ଥ ଦେବାକୁ ଚୁକ୍ତିକରିଛି। ଆସନ୍ତା ୫ ବର୍ଷ ଲାଗି ଭାରତରେ ଖେଳାଯିବାକୁ ଥିବା ସମସ୍ତ ଆନ୍ତର୍ଜାତିକ ଓ ଘରୋଇ କ୍ରିକେଟ ମ୍ୟାଚ୍ର ପ୍ରାୟୋଜନ ଅଧିକାର ବଜାୟ ରଖିଛି ପେଟିଏମ୍। ବୁଧବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘୋଷଣା କରିଛି ଯେ ମୋବାଇଲ ଅର୍ଥ ଦେଣନେଣ ତଥା ଇ-ବାଣିଜ୍ୟ କମ୍ପାନୀ ୱାନ୍ ୯୭ କମ୍ୟୁନିକେସନ୍ସ ପ୍ରାଇଭେଟ୍ ଲିମିଟେଡ୍; ଯାହା ଭାରତରେ ପେଟିଏମ୍ ନାମରେ କାମ କରିଥାଏ; ତାହା ସହ ବିସିସିଆଇ ଆସନ୍ତା ୫ ବର୍ଷ ଲାଗି ସାନି ଚୁକ୍ତିକରିଛି। ୨୦୧୯ରୁ ୨୦୨୩ ପର୍ୟ୍ୟନ୍ତ ୫ ବର୍ଷ ଲାଗି ବିସିସିଆଇକୁ ୩୨୬.୮୦ କୋଟି ଟଙ୍କା ପେଟିଏମ୍ ପ୍ରଦାନ କରିବ।
ବିସିସିଆଇର ସିଇଓ ରାହୁଲ ଜୋହ୍ରି ଓ ପେଟିଏମ୍ର ପ୍ରତିଷ୍ଠାତା ବିଜୟ ଶଙ୍କର ଶର୍ମାଙ୍କ ମଧ୍ୟରେ ଏହି ଚୁକ୍ତି ବୁଧବାର ସ୍ବାକ୍ଷର ହୋଇଛି। ଗତ ୪ ବର୍ଷରେ ପ୍ରତି ମ୍ୟାଚ୍ ପ୍ରତି ପେଟିଏମ୍କୁ ହାରାହାରି ୨.୪ କୋଟି ଟଙ୍କା ବିସିସିଆଇକୁ ଦେବାକୁ ପଡ଼ୁଥିଲା। ହେଲେ ଏଥର ପ୍ରତି ମ୍ୟାଚ୍ (ଆନ୍ତର୍ଜାତିକ ହେଉ ବା ଘରୋଇ) ପ୍ରତି ପେଟିଏମ୍କୁ ହାରାହାରି ୩.୮୦ କୋଟି ଟଙ୍କା ଦେବାକୁ ପଡ଼ିବ। ସେପ୍ଟେମ୍ବର ୧୫ରୁ ବିସିସିଆଇ ସହ ପେଟିଏମ୍ର ୫ ବର୍ଷର ଚୁକ୍ତି ଆରମ୍ଭହେବ।

Related posts

ପିଙ୍କ ବଲ ଓଜନିଆ: ବିରାଟ

Odisha Sports Bureau

ଆଇପିଏଲ୍ ର ୧୨ତମ ସଂସ୍କରଣରେ ଫାଷ୍ଟ୍ ବୋଲରମାନେ ଖେଳିବେନି, ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ବିରାଟ କୋହଲି

Odisha Sports Bureau

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍ ରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ

Odisha Sports Bureau