Badminton

ଅନ୍ତଃରାଷ୍ଟ୍ରିୟ ବ୍ୟାଡମିଣ୍ଟନରୁ ଲି ଜୁୁ ରୁଇଙ୍କ ସନ୍ନ୍ୟାସ

(ଓଡିଶା ସ୍ପୋର୍ଟସ): ପୁର୍ବ ଅଲମ୍ପିକ୍ ଚମ୍ପିଆନ୍ ଲି ଜୁ ରୁଇ ଅନ୍ତରାଷ୍ଟ୍ରିୟ ବ୍ୟାଡମିଣ୍ଟନରୁ ନିଜର ରିଟାୟମେଣ୍ଟର ଘୋଷଣା କରିଛନ୍ତି । ଲି ନିଜ ସମୟର ସବୁଠାରୁ ଭଲ ଖେଳାଳୀମାନଙ୍କ ମଧ୍ୟରୁୁ ଜଣେ ଥିଲେ, ସେ ୨୦୧୨ ମସିହା ଲଂଣ୍ଡନ ଅଲମ୍ପିକ୍ ପରେ ବାରମ୍ବାର ଆଘାତ ଲାଗିବାରୁ କଷ୍ଟ ଭୋଗିଆସୁଛନ୍ତି । ଲି ୨୦୧୦ର ବ୍ୟାଡମିଣ୍ଟନ ଏସିଆ ଚମ୍ପିଆନସିପ୍ ରେ ଭାରତୀୟ ଷ୍ଟାର ଖେଳାଳୀ ସାଇନା ନେହେୱାଲ ଏବଂ ହମବତନ ଲିୟୁ ଶିନଙ୍କୁ ପରାସ୍ତ କରି ମୁଖ୍ୟ ଖବରର ଚର୍ଚ୍ଚାରେ ଆସିଥିଲେ । ସେହି ସମୟରେ ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା । ଲି ଖୁବ ଶିଘ୍ର ସମସ୍ତଙ୍କଠାରୁ ପ୍ରତିଭାବାନ ଖେଳାଳୀ ହୋଇ ବାହାରିଥିଲେ । ସେ ଶୀର୍ଷ ସ୍ତରୀୟ ପ୍ରତିଯୋଗିତାରେ ନିିଜର ପ୍ରଭାବ ବିସ୍ତାରକରି ସଫଳତା ହାସଲ କରିଥିଲେ । ଅଲମ୍ପିକରେ ସ୍ୱର୍ଣ୍ଣପଦକ ଜିତିବା ପୂର୍ବରୁ ସେ ୨୦୧୨ର ଅଲ୍ ଇିଣ୍ଡିଆ ଚମ୍ପିଆନସିପ୍ ଜିତିିଥିଲେ । ଲି ବିଶ୍ୱ ଚମ୍ପିଆନସିପ୍ ୨୦୧୩ ଏବଂ ୨୦୧୪ର ସଂସ୍କରଣରେ ରୌପ୍ୟ ପଦକ ଜିତିଥିଲେ । ଅବଶ୍ୟ ସେ ଫାଇନାଲରେ ଥାଇଲାଣ୍ଡର ରତଚନୋକ ଇନ୍ତାନୋକ ଏବଂ ସ୍ପେନର କେରୋଲିନା ମାରିନଙ୍କ ଠାରୁ କ୍ରମଶଃ ପରାସ୍ତ ହୋଇଥିଲେ ।
ଲି ରିିଓ ଅଲମ୍ପିକରେ ପଦକ ଜିତିବାର ପ୍ରତିଯୋଗିମାନଙ୍କ ମଧ୍ୟରେ ଜଣେ ଥିôଲେ । କିନ୍ତୁ ଏହି ସମୟରେ ମ୍ୟାଚ୍ ଖେଳୁଥିବା ମଧ୍ୟରେ ତାଙ୍କୁ ଆଘାତ ଲାଗିଥିଲା ଏବଂ ଏହି ଆଘାତ କୃସିଏଟ ଲିଗାମେଟର ରୂପ ନେଇସାରିଛି । ସେ ମ୍ୟାଚ ହାରିଥିଲେ ଓ ଏକବର୍ଷରୁ ଅଧିକ ସମୟ ଆକ୍ସନରୁ ବାହାରେ ରହିଥିଲେ । ପର୍ତ୍ୟାବର୍ତ୍ତନପରେ ସେ ଅପ୍ରେଲରେ ଲିଚସୁଇ ଚାଇନା ମାଷ୍ଟର୍ସ ଜିତିଥିଲେ, ସେ ୟୁଏଏସ୍ ଓପନ ଏବଂ କାନାଡା ଓପନ ମଧ୍ୟ ଜିତି ଟାଇଟାଲର ହାଟ୍ରିକ୍ କରିଥିଲେ । ଅବଶ୍ୟ ଚୀନର ଶୀର୍ଷର୍ ସ୍ତରିିୟ ପ୍ରତିଯୋଗିତାରେ ତାଙ୍କ ଫାର୍ମ ଭଲ ନ ଥିଲା । ସେ ତାଙ୍କର ଶେଷ ମୁକାବିଲା କୋରିଆ ଓପନରେ ଖେଳୀଥିଲେ ଯେଉଁଥିରେ ଜାପାନର ସୟାକ ତାକାହାଶିଙ୍କ ବିପକ୍ଷରେ ନିଜର ପ୍ରଥମ ପର୍ଯ୍ୟାୟ ମ୍ୟାଚ ପରେ ରିଟାୟର ହୋଇଛନ୍ତି । ନିଜର ଅନ୍ତଃରାଷ୍ଟ୍ରିୟ କ୍ୟାରିୟରରେ ଲି ୧୪ଟି ସୁପରସିରିଜ ଏବଂ ୨୦୧୩ରେ ବିଡବ୍ଲୁଏଫ୍ ଫିମେଲ ପ୍ଲେୟର ଅଫ୍ ଦ ଇୟର ମଧ୍ୟ ବଛାଯାଇଥିଲା ।

Related posts

କମଳାକାନ୍ତ ବିଦ୍ୟାପୀଠ ଇଣ୍ଡୋର ଷ୍ଟାଡିଅମ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau

ସତ୍ୱିକ୍ ସାଇରାଜ ଏବଂ ଚିରାଗ ସେଠୀ ସେମିଫାଇନାଲରେ ପରାସ୍ତ

Odisha Sports Bureau

ଇତିହାସ ରଚିବେ ଓଡିଆ ପୁଅ

Odisha Sports Bureau