Cricket

ହିଟ ମ୍ୟାନଙ୍କ ହିଟ ରେକର୍ଡ଼

(ଓଡିଶା ସ୍ପୋର୍ଟସ):  ପୁଣି ଏକ ରେକର୍ଡ଼ର ଅଧିକାରୀ ହେଲେ ‘ହିଟ୍ମ୍ୟାନ୍’ ରୋହିତ ଶର୍ମା । ଦିନିକିଆରେ ତିନୋଟି ଦ୍ୱିଶତକ ହାସଲ କରିଥିବା ରୋହିତ ଆଜି ତାଙ୍କ କ୍ୟାରିୟରର ପ୍ରଥମ ଟେଷ୍ଟ୍ ଦ୍ୱିଶତକ ହାସଲ କରିଛନ୍ତି। ରାଞ୍ଚିରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ତାଙ୍କୁ ଏହି ସଫଳତା ମିଳିଛି।
ଗତକାଲି ସେ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ମାରିବାରେ ସଫଳ ହୋଇଥିବା ବେଳେ ଆଜି ଏହାକୁ ଦ୍ୱିଶତକରେ ପରିଣତ କରିବାରେ ସଫଳ ହୋଇଥିଲେ। ଗତକାଲି ସେ ୧୧୭ ରନ୍ କରି ନଟ୍ ଆଉଟ୍ ରହିଥିଲେ। ସେହିପରି ଆଜି ଲଞ୍ଚ୍ ସୁଦ୍ଧା ସେ ୨୪୨ ବଲ୍ରୁ ୧୯୯ ରନ୍ କରିଥିଲେ। ଲଞ୍ଚ୍ ପରେ ସେ ଟେଷ୍ଟ୍ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ। ସେ ଛକା ମାରି ଦ୍ୱିଶତକ ହାସଲ କରିଥିଲେ। ଏହା ପରେ ସେ ଆଉ ଏକ ଛକା ମଧ୍ୟ ମାରିଥିଲେ। ତେବେ ଏହା ପରେ ଆଉ ୧ ରନ୍ ଯୋଡ଼ି ସେ ଆଉଟ୍ ହୋଇଯାଇଥିଲେ। ସେ ୨୫୫ଟି ବଲ୍ ଖେଳି ୨୮ଟି ଚୌକା ଓ ୬ଟି ଛକା ସହାୟତାରେ ୨୧୨ ରନ୍ କରି ରାବଡାଙ୍କ ଏକ ବଲ୍ରେ ଲୁଙ୍ଗି ଏନ୍ଗିଡିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।
୨୦୧୩ରେ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ପ୍ରଥମେ ଦ୍ୱିଶତକ ମାରିଥିଲେ। ଦିନିକିଆରେ ଏହା ଥିଲା ତାଙ୍କର ପ୍ରଥମ ଦ୍ୱିଶତକ। ଏହା ପରେ ୨୦୧୪ରେ କୋଲକାତାରେ ଶ୍ରୀଲଙ୍କା ବିରୋଧରେ ଖେଳାଯାଇଥିବା ଏକ ଦିନିକିଆ ମ୍ୟାଚ୍ରେ ସେ ଦ୍ୱିତୀୟ ଥର ପାଇଁ ଦ୍ୱିଶତକ ମାରିଥିଲେ। ଏହି ମ୍ୟାଚ୍ରେ ସେ ୨୬୪ ରନ୍ କରିଥିଲେ। ସେହିପରି ଦିନିକିଆରେ ସେ ତୃତୀୟ ଦ୍ୱିଶତକ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ହିଁ ହାସଲ କରିଥିଲେ। ମୋହାଲିରେ ଖେଳା ଯାଇଥିବା ଉକ୍ତ ମ୍ୟାଚ୍ରେ ସେ ୨୦୮ ରନ୍ କରି ନଟ୍ ଆଉଟ୍ ରହିଥିଲେ। ଦିନିକିଆରେ ସେ ସର୍ବାଧିକ ତିନି ଥର ଦ୍ୱିଶତକ ହାସଲ କରିଛନ୍ତି।

Related posts

ଚଣ୍ଡିଗଡ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଖେଳିବେ ପଞ୍ଜାବ କିଙ୍ଗ୍ସକୁ ସନ ରାଇଜର୍ସ ହାଇଦ୍ରାବାଦ

Odisha Sports Bureau

ଅଶ୍ୱିନ ଏବଂ ଦ୍ରାବିଡଙ୍କୁ GOAT କହିଲେ ଜାଡେଜା

Odisha Sports Bureau

ଇଂଲଣ୍ଡଠୁ ହାରିବା ପରେ କାନ୍ଦିଲେ ରୋହିତ ଶର୍ମା

Odisha Sports Bureau