Football

ଚେନ୍ନାଇନକୁ ହରାଇଲା ଏଟିକେ

(ଓଡ଼ିଶା ସ୍ଫୋର୍ଟସ ): ଇଣ୍ଡିଆନ ସୁପର ଲିଗର ଏକାଦଶ ମ୍ୟାଚରେ ଘରୋଇ ଚେନ୍ନାଇନ ଏଫସିକୁ ୧-୦ ଗୋଲରେ ହରାଇ ଏଟିକେ ଏଫସି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି କ୍ଷ ବିଜୟୀ ଦଳ ପକ୍ଷରୁ ୪୮ତମ ମିନିଟରେ ଡେଭିଡ ୱିଲିୟମ୍ସ ଏକମାତ୍ର ଗୋଲଟି ସ୍କୋର କରିଥିଲେ କ୍ଷ ପ୍ରବୀର ଦାସଙ୍କ କ୍ରସ ଉପରେ ଜାଭିୟର ହର୍ନାଣ୍ଡେଜ ମାରିଥିବା ଶଟ୍‌କୁ ଚେନ୍ନାଇନ ଗୋଲକିପର ବିଶାଳ କାଇଥ ଅଟକାଇବାକୁ ଚେଷ୍ଟା କରିଥିଲେ କ୍ଷ ବଲ ରିବାଉଣ୍ଡ ହୋଇ ଫେରି ଆସୁଥିବା ବେଳେ ୱିଲିୟମ୍ସ ତାହାକୁ ନେଟ ଭିତରକୁ ପଠାଇ ଦେଇଥିଲେ କ୍ଷ ହିରୋ ଇଣ୍ଡିଆନ ସୁପର ଲିଗରେ ଏହା ଥିଲା ୧୦୦୦ତମ ଗୋଲ କ୍ଷ
ଏହି ବିଜୟ ସହିତ ଦୁଇ ଥରର ଚାମ୍ପିୟନ ଏଟିକେ ୩ଟି ମ୍ୟାଚରୁ ୬ ପଏଣ୍ଟ ପାଇ ଜାମସେଦପୁର ଏଫସି ସହିତ ଟେବୁଲ ଶୀର୍ଷରେ ପହଞ୍ଚତ୍ଛି କ୍ଷ ଅନ୍ୟ ପକ୍ଷରେ ଚଳିତ ସିଜନରେ ପ୍ରଥମ ବିଜୟ ପାଇଁ ବ୍ୟଗ୍ର ଥିବା ୨ ଥର ଟାଇଟଲ ବିଜେତା ଚେନ୍ନାଇନ ଏଫସିର ଉଦ୍ୟମ ପୁନର୍ବାର ବ୍ୟର୍ଥ ହୋଇଛି କ୍ଷ ଚେନ୍ନାଇନ ଏହା ପୂର୍ବରୁ ତାର ପ୍ରଥମ ମ୍ୟାଚରେ ଏଫସି ଗୋଆ ଠାରୁ ୦-୩ ଗୋଲରେ ହାରିବା ପରେ ମୁମ୍ବାଇ ସିଟି ଏଫସି ସହିତ ଦ୍ୱିତୀୟ ମ୍ୟାଚ ଗୋଲଶୁନ୍ୟ ଭାବେ ଡ୍ର କରିଥିଲା କ୍ଷ ଅନ୍ୟ ପକ୍ଷରେ ଏଟିକେ ତାର ପୂର୍ବ ମ୍ୟାଚରେ ହାଇଦରାବାଦ ଏଫସିକୁ ୫-୦ ଗୋଲରେ ପରାସ୍ତ କରିଥିଲା କ୍ଷ ବୁଧବାର ମ୍ୟାଚରେ ମାରୁତି ସୁଜୁକି ଲିମିଟଲେସ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମାଇକେଲ ସୁସାଇରାଜଙ୍କୁ ଏବଂ ହିରୋ ଅଫ ଦି ମ୍ୟାଚ ପୁରସ୍କାର ଡେଭିଡ ୱିଲିୟମ୍ସଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଲାଲିଆନଜୁଆଲା ଛାଙ୍ଗଟେ ଆଇସଏଲ ଇମର୍ଜିଂ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ଲାଭ କରିଥିଲେ କ୍ଷ

Related posts

ଆଇ ଲିଗ୍ : ଶିଲାଁଙ୍ଗ ଲାଯୋଙ୍ଗକୁ ୨-୧ରେ ହରାଇ ନେରୋକା ଅଙ୍କତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଲା

Odisha Sports Bureau

ଆଜିଠାରୁ ଫିଫା ମହିଳା ଫୁଟବଲ ବିଶ୍ୱକପ

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଉଦଘାଟନୀ ମ୍ୟାଚରେ ଭାରତର ଦମଦାର ବିଜୟ

Odisha Sports Bureau