Cricket

ରସ ଟେଲର ଦେଶର ସର୍ବାଧିକ ରନ୍ ସ୍କୋରର

(ଓଡ଼ିଶା ସ୍ପୋର୍ଟ): ସୋମବାର ଟେଷ୍ଟ କ୍ରିକେଟରେ ନ୍ୟୁଜିଲାଣ୍ଡ ଦଳର ଭେଟେରାନ ବ୍ୟାଟ୍ସମ୍ୟାନ ରସ୍ ଟେଲର ଦେଶର ସର୍ବାଧିକ ରନ୍ ସ୍କୋରର ହେବାର ସଫଳତା ପାଇଛନ୍ତି। ସେ ପୂର୍ବତନ ଅଧିନାୟକ ଷ୍ଟିଫେନ ଫ୍ଲେମିଂଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ନିର୍ଣ୍ଣାୟକ ଦିନରେ ଏହି ରେକର୍ଡ ହାସଲ କରିଛନ୍ତି। ୩୫ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ୯୯ ଟେଷ୍ଟ, ୧୭୪ ଇନିଂସରେ ୪୬.୨୮ ହାରରେ ୭,୧୭୪ ରନ୍ କରିଛନ୍ତି। ଏଥିରେ ୧୯ ଶତକ ଓ ୩୩ ଅର୍ଦ୍ଧଶତକ ରହିଛି। ପୂର୍ବତନ ଅଧିନାୟକ ଫ୍ଲେମିଂ ୧୧୧ ଟେଷ୍ଟରେ ୭,୧୭୨ ରନ୍ କରିଥିଲେ। ସେ ୧୯୯୪ରୁ ୨୦୦୮ ପର୍ୟ୍ୟନ୍ତ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ। ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଟେଲରଙ୍କ ପ୍ରଦର୍ଶନ ଆଖିଦୃଶିଆ ନ ଥିଲା। ସେ ୬ ଇନିଂସରେ ୮୦, ୨୨, ୪, ୨୨ ଓ ୨୨ ରନ୍ କରିଛନ୍ତି। ଏହାସତ୍ତ୍ୱେ ସେ ନ୍ୟୁଜିଲାଣ୍ଡ ଦଳ ପାଇଁ ସର୍ବାଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଗତବର୍ଷ ଫେବୃୟାରୀରେ ଟେଲର ଦିନିକିଆରେ ମଧ୍ୟ ଫ୍ଲେମିଂଙ୍କୁ ପଛରେ ପକାଇଦେଇଥିଲେ। ଆଗାମୀ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ସେ ନ୍ୟୁଜିଲାଣ୍ଡର ୪ର୍ଥ କ୍ରିକେଟର ଭାବେ ୧୦୦ ଟେଷ୍ଟ ମ୍ୟାଚ୍ ଖେଳିବେ। ଏଥିପୂର୍ବରୁ ଫ୍ଲେମିଂ, ଡାନିଏଲ ଭିଟୋରି ଓ ବ୍ରେଣ୍ଡନ ମ୍ୟାକ୍କୁଲମ ଏହି ମାଇଲଷ୍ଟୋନ ସ୍ପର୍ଶ କରିସାରିଛନ୍ତି।

Related posts

ବିଶ୍ୱକପ୍ ୨୦୨୩: ଆୟୋଜକ ଷ୍ଟେଟ୍ ଆସୋସିଏସନକୁ ଚିଠି କଲା ବିସିସିଆଇ

୭-ବର୍ଷ-ପରେ-ଟେଷ୍ଟ-ଖେଳିବ-ଭାର

ରାହାଣେଙ୍କ ଫୋକସ ମନ୍ତ୍ର

Odisha Sports Bureau