Cricket

ଆଇପିଏଲ ପ୍ରିମିୟର ଲିଗ: ପରବର୍ତ୍ତୀ ଆଦେଶକୁ ଅପେକ୍ଷା

(ଓଡ଼ିଶା ସ୍ପୋର୍ଡ଼ସ ): ଭାରତ ସମେତ ବିଶ୍ୱବ୍ୟାପୀ କରୋନାଭାଇରସ ମହାମାରୀ ହେତୁ ଆଇପିଏଲର ୧୩ ତମ ସିଜନଚୁ ମାର୍ଚ୍ଚ ୨୯ ତାରିଖ ପରିବର୍ତ୍ତେ ଏପ୍ରିଲ ୧୫ କୁ ଘୁଞ୍ଚାଇ ଦିଆଯାଇଛି । ଏ ସମ୍ପର୍କରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର କେନ ରିଚଡ଼ର୍ସନ କହିଛନ୍ତି ଯେ ସେ ଏବଂ ତାଙ୍କ ଦେଶର ଅନ୍ୟ ଖେଳାଳିମାନେ ଇଣ୍ଡିଆନ ପ୍ରିମିୟର ଲିଗ ଉପରେ ଅଧିକ ଆଦେଶକୁ ଅପେକ୍ଷା କରିଛନ୍ତି ।
ରିଚାର୍ଡ଼ସନ କ୍ରିକେଟ ଡ଼ଟ କମ ଏୟୁକୁ କହିଛନ୍ତି ଆମେ କେବଳ ଆଦେଶକୁ ଅପେକ୍ଷା କରିଛୁ । ଆଇପିଏଲ ହେବ କି ନାହିଁ ତାକୁ ନେଇ ଅନେକ ଚର୍ଚ୍ଚା କରାଯାଉଛି । ଏହା ବାତିଲ ହେବ କି ନାହିଁ ତାହା ଏକ ସପ୍ତାହ ମଧ୍ୟରେ ଜଣାପଡ଼ିବ । ତେଣୁ କରି ଆମେ ସମସ୍ତେ ଏପ୍ରିଲ ୧୫ ଯାଏଁ ଅପେକ୍ଷା କରିବୁ । ସେ ପର୍ଯ୍ୟନ୍ତ ଆମେ ଘରେ ବସିବୁ ।
ଦ୍ରୁତ ବୋଲର ଏହା ମଧ୍ୟ କହିଛନ୍ତି ଆମେ ସମସ୍ତେ ଏକ ସପ୍ତାହ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଆସିଛୁ । କରୋନାଭାଇରସ କାରଣରୁ ଏସବୁ ଘଟିବ ବୋଲି ଆମେ କଳ୍ପନା କରି ନଥିଲୁ । ଏହି କାରଣ ହେତୁ ଖେଳ ବାତିଲ ହେବା କାରଣରୁ ଆମେ ଘରେ ବସି ରହିଛୁ ।

Related posts

ଦ୍ୱିତୀୟ ଦିନିକିଆ, ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ଭାରତ

ଧୋନି ଓ କୋହଲିଙ୍କ ସହ ଏକାଭଳି ସମ୍ପର୍କ: ଗୌତମ ଗମ୍ଭୀର

ଆଇପିଏଲ ପାଇଁ ଓସିଏ ପକ୍ଷରୁ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିଶ କଲା ଓସିଏ

Odisha Sports Bureau