Cricket

ଆଇପିଏଲ ୨୦୨୦ ମହାସମର: ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ କଡ଼ା ମୁକାବିଲା

(ଓଡିଶା ସ୍ପୋର୍ଟସ୍): ଆଇପିଏଲର ୧୩ ତମ ସଂସ୍କରଣର ପ୍ରଥମ କ୍ବାଲିଫାୟର ମ୍ୟାଚ୍ରେ ଗତବର୍ଷର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ମୁକାବିଲା। ଉଭୟ ଦଳ ମ୍ୟାଚ୍ରେ ବିଜୟଲାଭ କରିବା ସହ ସିଧାସଳଖ ଫାଇନାଲକୁ ଉନ୍ନୀତ ହେବାର ଲକ୍ଷ୍ୟ ନେଇ ମଇଦାନକୁ ଓଲ୍ହାଇବେ। ପଏଣ୍ଟ ଟେବୁଲର ଶୀର୍ଷ ୨ଟି ସ୍ଥାନ ଅଧିକାର କରିଥିବା ଏହି ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ମ୍ୟାଚ ଏକ ଚିତ୍ତାକର୍ଷକ ମ୍ୟାଚ୍ ଦେଖିବା ନେଇ ଦର୍ଶକେ ଆଶା ରଖିଛନ୍ତି ।

ରୋହିତ ଶର୍ମା ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୧୪ଟି ଲିଗ୍ ମ୍ୟାଚରୁ ୯ଟି ରେ ବିଜୟଲାଭ କରି ୧୮ ପଏଣ୍ଟ ସହ ଶୀର୍ଷ ସ୍ଥାନ ଅଧିକାର କରିଛି। ଆଜିର ଏହି ମ୍ୟାଚ୍ରେ ଧବଳ କୁଲକର୍ଣ୍ଣୀ ଓ ନାଥାନ୍ କୌଲ୍ଟର-ନାଇଲ୍ଙ୍କ ସ୍ଥାନରେ ବୁମ୍ରା ଓ ବୋଲ୍ଟ ଏବଂ ସୌରଭ ତିୱାରୀଙ୍କ ସ୍ଥାନରେ ହାର୍ଦିକ ପାଣ୍ଡ୍ୟାଙ୍କ ଖେଳିବାର ଅଧିକ ସମ୍ଭାବନା ରହିଛି। ରୋହିତ ସୁସ୍ଥହୋଇ ଫେରିବା ସହ ପୁନର୍ବାର ଦଳରେ ଯୋଗ ଦେଇଥିବାରୁ ଦଳର ସ୍ଥିତି ଆହୁରି ମଜବୁତ ହୋଇଛି । ଅନ୍ୟପଟେ ଯଶପ୍ରୀତ ବୁମ୍ରା-ଟ୍ରେଣ୍ଟ ବୋଲ୍ଟଙ୍କ ଯୋଡ଼ି ଉପରେ ଆଜି ସମସ୍ତଙ୍କ ନଜର ରହିବ । ଏହି ଟୁର୍ଣ୍ଣାମେଣ୍ଟରେ ବୁମ୍ରା ୨୩ଟି ଓ ବୋଲ୍ଟ ୨୦ଟି ୱିକେଟ ଅକ୍ତିଆର କରିଛନ୍ତି। ଚଳିତ ସଂସ୍କରଣରେ ଉଭୟ ଦଳ ଲିଗ୍ ପର୍ୟ୍ୟାୟରେ ପରସ୍ପରକୁ ଦୁଇଥର ଭେଟିଥିବା ବେଳେ ମୁମ୍ବାଇ ୨ଟି ଯାକ ମ୍ୟାଚ୍ରେ ବିଜୟଲାଭ କରିଛି।

Related posts

ଏକାନ୍ନା ଷ୍ଟାଡିୟମରେ ମୁହାଁ ମୁହିଁ ହେବେ ବେଙ୍ଗାଲୁରୁ କୁ ଲକ୍ଷ୍ନୌ

Odisha Sports Bureau

IPL ସହ ଫେରିଲା କୋରୋନା; ଜଣେ ପଜିଟିଭ

Odisha Sports Bureau

ଆଇସିସିର ନୂଆ ମାନ୍ୟତା ତାଲିକାରେ ଅଷ୍ଟ୍ରେଲିଆ ଏକ ନମ୍ବର