Cricket

କାଲିଠୁ ସିଡନୀ ଟେଷ୍ଟ: ଦଳକୁ ଫେରିଲେ ରୋହିତ, ସାଇନି କରିବେ ଡେବ୍ୟୁ

(ସିଡନୀ): ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୩ୟ ଟେଷ୍ଟ ମ୍ୟାଚ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ଚୂଡାନ୍ତ ୧୧ ଜଣିଆ ଦଳ ବିସିସିଆଇ ଘୋଷଣା କରିଛି । ଫର୍ମରେ ନଥିବା ମୟଙ୍କ ଅଗ୍ରୱାଲ ଦଳରୁ ବାଦ ପଡିଥିବା ବେଳେ ତାଙ୍କ ସ୍ଥାନରେ ଉପ ଅଧିନାୟକ ରୋହିତ ଶର୍ମା ଟିମକୁ ଫେରିଛନ୍ତି । ସେହିପରି ଯୁବ ଦ୍ରୁତ ବୋଲର ନବଦୀପ ସାଇନି କାଲି ସିଡନୀ ଟେଷ୍ଟରେ ଡେବ୍ୟୁ କରିବେ । ଆହତ ହୋଇଥିବା ଉମେଶ ଯାଦବଙ୍କ ସ୍ଥାନରେ ସେ ସାମିଲ ହୋଇଛନ୍ତି । ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜଙ୍କ ସହ ଦ୍ରୁତ ବୋଲିଂ କରିବେ ସାଇନି । ଅନ୍ୟ ପକ୍ଷରେ ୧୧ ଜଣିଆ ଚୂଡାନ୍ତ ଦଳରୁ ଆହତ ଥିବା କେ ଏଲ ରାହୁଲ ବାଦ ପଡିଛନ୍ତି । ତେବେ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଦଳକୁ ଫେରିବା ପରେ ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ।

ସିଡନୀ ଟେଷ୍ଟ ପାଇଁ ଘୋଷିତ ଚୂଡାନ୍ତ ଏକାଦଶ ଦଳରେ ରହିଛନ୍ତି ରୋହିତ ଶର୍ମା, ଶୁବମନ ଗିଲ୍, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟେ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ନବଦୀପ ସୈନୀ ।

This article posted at this web site is in fact pleasant. cialis SMS 18 July , 19 h 07 min.

Related posts

ପିତା ହେବାକୁ ଯାଉଛନ୍ତି ଇଶାନ୍ତ ଶର୍ମା; ପତ୍ନୀ ପ୍ରତୀମା ସିଂ ଫଟୋ ସେୟାର କରି ପ୍ରଶଂସକଙ୍କୁ ଦେଇଛନ୍ତି ଖୁସି ଖବର

Odisha Sports Bureau

ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା

Odisha Sports Bureau

ରାଜସ୍ଥାନ ରୟାଲସ ପକ୍ଷରୁ ଖେଳି ନପାରନ୍ତି ରାହାଣେ

Odisha Sports Bureau