Cricket

କାଲିଠୁ ସିଡନୀ ଟେଷ୍ଟ: ଦଳକୁ ଫେରିଲେ ରୋହିତ, ସାଇନି କରିବେ ଡେବ୍ୟୁ

(ସିଡନୀ): ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୩ୟ ଟେଷ୍ଟ ମ୍ୟାଚ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ଚୂଡାନ୍ତ ୧୧ ଜଣିଆ ଦଳ ବିସିସିଆଇ ଘୋଷଣା କରିଛି । ଫର୍ମରେ ନଥିବା ମୟଙ୍କ ଅଗ୍ରୱାଲ ଦଳରୁ ବାଦ ପଡିଥିବା ବେଳେ ତାଙ୍କ ସ୍ଥାନରେ ଉପ ଅଧିନାୟକ ରୋହିତ ଶର୍ମା ଟିମକୁ ଫେରିଛନ୍ତି । ସେହିପରି ଯୁବ ଦ୍ରୁତ ବୋଲର ନବଦୀପ ସାଇନି କାଲି ସିଡନୀ ଟେଷ୍ଟରେ ଡେବ୍ୟୁ କରିବେ । ଆହତ ହୋଇଥିବା ଉମେଶ ଯାଦବଙ୍କ ସ୍ଥାନରେ ସେ ସାମିଲ ହୋଇଛନ୍ତି । ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜଙ୍କ ସହ ଦ୍ରୁତ ବୋଲିଂ କରିବେ ସାଇନି । ଅନ୍ୟ ପକ୍ଷରେ ୧୧ ଜଣିଆ ଚୂଡାନ୍ତ ଦଳରୁ ଆହତ ଥିବା କେ ଏଲ ରାହୁଲ ବାଦ ପଡିଛନ୍ତି । ତେବେ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଦଳକୁ ଫେରିବା ପରେ ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ।

ସିଡନୀ ଟେଷ୍ଟ ପାଇଁ ଘୋଷିତ ଚୂଡାନ୍ତ ଏକାଦଶ ଦଳରେ ରହିଛନ୍ତି ରୋହିତ ଶର୍ମା, ଶୁବମନ ଗିଲ୍, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟେ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ନବଦୀପ ସୈନୀ ।

This article posted at this web site is in fact pleasant. cialis SMS 18 July , 19 h 07 min.

Related posts

ଆହତ ଖେଳାଳିଙ୍କୁ ଦିଆଯାଏ କେତେ ଦରମା?

Odisha Sports Bureau

ରାଷ୍ଟ୍ରପତିଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ଗ୍ରହଣ କଲେ ପୂର୍ବତନ କ୍ୟାପଟେନ୍ ରୋହିତ ଶର୍ମା ।

ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ମୋହସିନ ନକଭିଙ୍କ ରାଗ ଭୀଷଣ, ଦଳକୁ ସମାଲୋଚନା

Odisha Sports Bureau