Cricket

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଗୌତମ ଗମ୍ଭୀର

ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଦଳର ମୁଖ୍ୟ କୋଚ ଦାୟିତ୍ବ ସମ୍ଭାଳିଛନ୍ତି ଗୌତମ ଗମ୍ଭୀର । କୋଚ୍ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମ ଥର ପାଇଁ ଗୌତମ ଗମ୍ଭୀର  ବିରାଟ କୋହଲିଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ମୁହଁ ଖୋଲିଛନ୍ତି । ଆଇପିଏଲ୍ ୨୦୨୩ ସମୟରେ କୋହଲି ଏବଂ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆରେ ଯାହା ଘଟିଥିଲା, ତାହା କ୍ରିକେଟ୍ ଜଗତକୁ ଚକିତ କରି ଦେଇଥିଲା। ଗମ୍ଭୀର ସେତେବେଳେ ଲକ୍ଷ୍ନୌ ସୁପର ଜିଆଣ୍ଟସର ପରାମର୍ଶଦାତା ଥିଲେ ଏବଂ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଖେଳୁଥିଲେ ।

ଆରସିବି ବନାମ ଏଲଏସଜି ମ୍ୟାଚ୍ ପରେ ଦୁହେଁ ପଡ଼ିଆରେ ମୁହାଁମୁହିଁ ହୋଇଥିଲେ ।  ଝଗଡ଼ା ଏତେ ବଢ଼ି ଯାଇଥିଲା ଯେ, ଅନ୍ୟ ଖେଳାଳିମାନେ ଆସି ଉଭୟଙ୍କୁ ଅଲଗା କରିଥିଲେ । ଅବଶ୍ୟ, ଏହା ପରେ ଗମ୍ଭୀର ୨୦୨୪ ରେ ଦଳ ବଦଳାଇ କେକେଆରର ମେଣ୍ଟର ହୋଇଥିଲେ। ଏହା ପରେ କେକେଆର୍ ବନାମ ଆରସିବି ମ୍ୟାଚ୍ ସମୟରେ ଗମ୍ଭୀର କୋହଲିଙ୍କ ସହ ଆଲିଙ୍ଗନ କରି ହସୁଥିବାର ନଜର ଆସିଥିଲେ। ତା’ପରେ ଲାଗିଲା ସବୁ ଠିକ୍ ଅଛି । ଏବେ ଗମ୍ଭୀର ନିଜେ ବିରାଟଙ୍କ ସହ ସମ୍ପର୍କ ପ୍ରକାଶ କରିଛନ୍ତି।

ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଟିଆରପି ବା ଟେଲିଭିଜନ ରେଟିଂ ପଏଣ୍ଟ ପାଇଁ ବିରାଟ କୋହଲିଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ। ତାହା ଅର୍ଥ ସେ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ପରୋକ୍ଷରେ ନିନ୍ଦା କରିଛନ୍ତି। ୨୭ ଜୁଲାଇରୁ ହେବାକୁ ଥିବା କ୍ରିକେଟ୍ ସିରିଜ ପାଇଁ ସୋମବାର ଶ୍ରୀଲଙ୍କା ଗସ୍ତ କରିଛି ଟିମ୍ ଇଣ୍ଡିଆ । ନୂତନ କୋଚ୍ ଗୌତମ ଗମ୍ଭୀରଙ୍କ ନେତୃତ୍ବରେ ଟିମ ଶ୍ରୀଲଙ୍କା ଗସ୍ତ କରିଛି । ସେଠାରେ ଦଳ ୩ଟି ଟି-୨୦ ଓ ୩ଟି ଏକଦୀବସୀୟ ମ୍ୟାଚ ଖେଳିବା । ପ୍ରଥମ ଥର ପାଇଁ କୋଚ୍ ଗମ୍ଭୀରଙ୍କ ନେତୃତ୍ବରେ ଭାରତ ଖେଳିବ ମ୍ୟାଚ୍ ।

ସେହିପରି ରୋହିତ ଓ କୋହଲିଙ୍କ ଏକଦିବସୀୟ ଭବିଷ୍ୟତ ଉପରେ ହୋଇଥିବା ପ୍ରଶ୍ନର ଉତ୍ତର ଦେଇ ଗମ୍ଭୀର କହିଥିଲେ ଯେ ଟ୍ବେଣ୍ଟି-୨୦ ହେଉକି ଏକଦିବସୀୟ ବିଶ୍ବକପ୍, ବଡ଼ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କିଭଳି ଦିଆଯାଏ ତାର ପ୍ରମାଣ ଉଭୟ କୋହଲି ଓ ରୋହିତ ଦେଇସାରିଛନ୍ତି। ସେମାନଙ୍କ ନିକଟରେ ଆହୁରି ଅନେକ କ୍ରିକେଟ୍ ବାକି ଅଛି। ଚାମ୍ପିଅନ୍ସ ଟ୍ରଫି ଓ ଅଷ୍ଟ୍ରେଲିଆ ଗସ୍ତରେ ଦୁଇ ଜଣ ଯାକ ନିଶ୍ଚିତ ଭାବେ ନିର୍ଣ୍ଣାୟକ ଭୂମିକା ନେବେ।

 

Related posts

ପଦ ଛାଡ଼ିଲେ କପିଲ

Odisha Sports Bureau

ଆଫଗାନିସ୍ତାନରୁ ପରାସ୍ତ ହେବା ପରେ ପାକିସ୍ତାନୀ ଖେଳାଳିଙ୍କୁ ସମାଲୋଚନା କଲେ ୱାସିମ ଅକ୍ରମ

Odisha Sports Bureau

ଭାରତ ଠାରୁ ହାରିଲା ପାକିସ୍ତାନ, ଆଇସିସି ଶୁଣାଇଲେ ନିଷ୍ପତ୍ତି

Odisha Sports Bureau