Cricket

କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ସବ୍ବିନେନିଙ୍କ ସନ୍ନ୍ୟାସ

ଭାରତୀୟ ମହିଳା କ୍ରିକେଟ୍‌ ଜଗତରୁ ଆସିଛି ଏକ ବଡ଼ ଖବର। ଭାରତୀୟ ମହିଳା ଦଳର ବ୍ୟାଟର୍‌ ସବ୍ବିନେନି ମେଘନା କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ମାତ୍ର ୩୦ ବର୍ଷ ବୟସରେ ତାଙ୍କର ଏହି ନିଷ୍ପତ୍ତି କ୍ରିକେଟ୍‌ପ୍ରେମୀ ଓ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପାଦ ଥାପିଥିବା ମେଘନା ନିଜ କ୍ୟାରିୟରରେ ମାତ୍ର ୨୦ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାରସୁଯୋଗପାଇଥିଲେ।

India Batter Sabbhineni Meghana Announces Retirement From All Forms Of  Cricket | Cricket News

ସେ ୨୦୨୨ କମନୱେଲ୍ଥ ଗେମ୍ସରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ଦଳର ମଧ୍ୟ ସଦସ୍ୟ ଥିଲେ। ଆନ୍ଧ୍ରପ୍ରଦେଶର ସବ୍ବିନେନି ମେଘନା ୨୦୧୬ରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ। ତାଙ୍କ କ୍ୟାରିୟରରେ ମୋଟ ୨୦ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ରହିଛି। ଏଥିରେ ୩ଟି ଦିନିକିଆ ଓ ୧୭ଟି ଟି–୨୦ ମ୍ୟାଚ୍‌ ସାମିଲ ଅଛି।

Related posts

ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତତୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ

Odisha Sports Bureau

ଗୁପଚୁପ ବିକାଳିରୁ ଷ୍ଟାର କ୍ରିକେଟର : ଯଶସ୍ୱୀ ଜୟସ୍ୱାଲ

ସଚିନଙ୍କ ଗୁରୁ ରମାକାନ୍ତ ଆର୍ଚେକରଙ୍କ ବିୟୋଗ

Odisha Sports Bureau