Cricket

ଗୁପଚୁପ ବିକାଳିରୁ ଷ୍ଟାର କ୍ରିକେଟର : ଯଶସ୍ୱୀ ଜୟସ୍ୱାଲ

ବିସିସିଆଇ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜର ଏବଂ ଦିନିକିଆର ତାଲିକା ଘୋଷଣା କରିଛି । ଭାରତ ପକ୍ଷରୁ କେଉଁ କ୍ରିକେଟର ଦିନିକିଆ ଏବଂ ଟେଷ୍ଟ ସିରିଜରେ ଖେଳିବେ, ସେମାନଙ୍କ ନାମ ତାଲିକା ସାମ୍ନାକୁ ଆସିଛି। ଟେଷ୍ଟ ଏବଂ ଦିନିକିଆ ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ହେବେ । ଏହି ତାଲିକାରେ ଅନେକ ଯୁବ ବ୍ୟାଟ୍ସମ୍ୟାନକୁ ସ୍ଥାନ ମିଳିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲ । ଆଇପିଏଲ୍ ୨୦୨୩ରେ ଯଶସ୍ବୀଙ୍କର ଜବରଦସ୍ତ ଫର୍ମ ପାଇଁ ତାଙ୍କୁ ଏବେ ଟେଷ୍ଟ ଦଳରେ ସାମିଲ କରାଯାଇଛି । ଯଶସ୍ୱୀ ୧୪ଟି ମ୍ୟାଚରେ ୪୮.୦୭ ହାରରେ ୬୨୫ରନ୍ ସ୍କୋର କରିଥିଲେ । ହେଲେ ଯଶସ୍ୱୀଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ଏବେ ସାମନାକୁ ଆସିଛି । ନିଜ ପ୍ରଦର୍ଶନ ପାଇଁ ଲୋକପ୍ରିୟ ହୋଇଥିବା ଯଶସ୍ୱୀ ଦିନେ ନିଜର କ୍ରିକେଟ କୋଚିଂ ପାଇଁ ଗୁପଚୁପ ବିକୁଥିଲେ । ଖୋଦ୍ ନିଜେହିଁ ଏକଥା ସେ ଗଣମାଧ୍ୟମରେ କହିଛନ୍ତି ।

ଏକ ସାକ୍ଷାତକାରରେ ଯଶସ୍ୱୀ କହିଥିଲେ ଯେ, “ ମୁଁ ବହୁ ସଂଘର୍ଷର ସାମ୍ନା କରିଛି । ମୁଁ ମୁମ୍ବାଇରେ ଯେଉଁଠି ରହି କ୍ରିକେଟ ଖେଳୁଥିଲି, ସେଠାରେ ନା ବିଦ୍ୟୁତ୍ ଥିଲା, ନା ବିଶ୍ରାମ ଗୃହ । ମୋତେ ନିଜ ପୋଷାକ ଧୋଇବାକୁ ପଡୁଥିଲା । ଏପରିକି ମୋ ସହ କେହି ନଥିଲେ ଯାହାଙ୍କ ସହ ମୁଁ ମୋର ଭାବନା ବାଣ୍ଟିପାରିବି। ମୁଁ କ୍ରିକେଟରେ କ୍ୟାରିୟର ଆରମ୍ଭରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲି।”

ସେ ଆହୁରି କହିଛନ୍ତି ଯେ, ”ଉତ୍ତରପ୍ରଦେଶରୁ ମୁମ୍ବାଇ ଆସିବା ପରେ ମୁଁ କ୍ରିକେଟ କୋଚିଂ ପାଇଁ ଏକ ଗୁହାଳରେ ରହି କାମ କରିବା ଆରମ୍ଭ କରିଥିଲି। ସେଠାରେ ମୋ ସହିତ ଭଲ ବ୍ୟବହାର କରାଯାଉ ନଥିଲା। କେବେ କେବେ ମାଡ଼ ବି ଖାଇଛି । ରୋଷେଇ କରିବାକୁ ବାଧ୍ୟ କରିବା ସହ ଖାଇବାକୁ ଦିଆଯିବ ନାହିଁ ବୋଲି ଧମକ ଦେଉଥିଲେ। ଏହା ପରେ ମୁଁ ସେ କାମ ଛାଡ଼ି ରାତିରେ ଗୁପଚୁପ ବିକ୍ରି କରିବା ଆରମ୍ଭ କରିଥିଲି। ସମୟ ସହ ପରିସ୍ଥିତି ବଦଳିଲା ଏବଂ ମୋତେ ଭଲ ସୁଯୋଗ ମିଳିବା ଆରମ୍ଭ ହେଲା। ମୁମ୍ବାଇ ଅଣ୍ଡର-୧୬ ଏବଂ ଭାରତର ଅଣ୍ଡର-୧୯ ଖେଳିବାର ସୁଯୋଗ ପାଇବା ପରେ ମୋତେ ଭାରତୀୟ କ୍ରିକେଟ ଟିମରେ ଖେଳିବାର ସୁଯୋଗ ମିଳିଲା।”

Related posts

WTCରେ ରାହାଣେ ଠାକୁରଙ୍କ ଲଢୁଆ ବ୍ୟାଟିଙ୍ଗ ସତ୍ୱେ ୧୭୩ରନରେ ଅଷ୍ଟ୍ରେଲିଆ ଆଗୁଆ

ରୋହିତ, କୋହଲିଙ୍କ କଟିପାରେ ଦରମା, ଏଣିକି ପାଇବେ କମ ଟଙ୍କା

Odisha Sports Bureau

ଭାରତ-ପାକିସ୍ତାନ T20 ବିଶ୍ୱକପକୁ ନେଇ ମୁହଁ ଖୋଲିଲେ ପାକ୍ ପ୍ରଧାନମନ୍ତ୍ରୀ

Odisha Sports Bureau