Cricket

ଆଇପିଏଲକୁ ଫେରିବେ ରାହୁଲ ଦ୍ରାବିଡ !

ନୂଆଦିଲ୍ଲୀ:  ଆଇପିଏଲକୁ ଫେରିବେ ରାହୁଲ ଦ୍ରାବିଡ । ମୁଖ୍ୟକୋଚ୍ ଦାୟିତ୍ବ ସମ୍ଭାଳିବା ନେଇ ଖବର ଆସିଛି । ଏଥିପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍ ରାହୁଲଙ୍କ ଯୋଗାଯୋଗ କରୁଥିବା ଜଣାପଡିଛି । ବିଶ୍ବକପରେ ଟିମ ଇଣ୍ଡିଆକୁ ବିଜୟୀ କରାଇବା ପରେ ସରିଛି ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଆଗକୁ ଦ୍ରାବିଡ କଣ କରିବେ ସେନେଇ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ଶୁଣିବାକୁ ମିଳୁଛି ସେ  ଆଇପିଏଲକୁ ଫେରିବେ। କୋଲକତା ଟିମ୍ ମେଂଟର ପଦ ଛାଡିବା ପରେ ଗୌତମଙ୍କ ବିକଳ୍ପ ଖୋଜୁଛନ୍ତି କେକେଆର ମାଲିକ ଶାହରୁଖ ଖାନ୍ । ସେହିପରି ରାଜସ୍ଥାନ ରୟାଲ୍ସ ଏହାର ମୁଖ୍ୟ କୋଚ ପଦ ରାହୁଲଙ୍କୁ ଦେବାକୁ ଚାହୁଁଛି ।କାର୍ଯ୍ୟକାଳ ସରିବା ପରେ ଟିମ ଇଣ୍ଡିଆରେ ଦ୍ରାବିଡଙ୍କ ଜାଗା ନେଇସାରିଛନ୍ତି ଗୌତମ ଗମ୍ଭୀର ।

ସେହିପରି ଆଇପିଏଲରେ ଅନେକ ଟିମ୍ ତାଙ୍କୁ କୋଚ୍ ପଦ ଦେବାକୁ ଚାହୁଁଛନ୍ତି । ତେବେ ରାହୁଲ ନିଜ ପୂରୁଣା ଦଳ ରାଜସ୍ଥାନକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରୟାଲ୍ସ ରାହୁଲଙ୍କୁ କୋଚ୍ ପଦ ଅଫର କରିସାରିଛି । ଖାଲି ହଁ ଆଉ ନାଁରେ ଅଟକିଛି ନିଷ୍ପତ୍ତି । ରାହୁଲ ପୂର୍ବରୁ ରାଜସ୍ଥାନ ଟିମରେ ଖେଳିସାରିଛନ୍ତି । ୨୦୧୩ରେ ରାହୁଲଙ୍କ ନେତୃତ୍ବରେ ଦଳ ରନର୍ସଅପ୍ ହୋଇଥିଲା ।

Related posts

୩୦୦୦ ରନ କରି କୋହଲିଙ୍କୁ ପଛରେ ପକେଇଲେ ଶୁଭମନ ଗିଲ

Odisha Sports Bureau

ଭୁବନେଶ୍ୱରରେ ପହଞ୍ଚିଛନ୍ତି ସ୍ପେନ୍ ପୁରୁଷ ହକି ଦଳ

Odisha Sports Bureau

ମେଲବୋର୍ଣ୍ଣରେ ଟିମ୍ ଇଣ୍ଡିଆ ପାଇଁ ୨୩୧ ରନ ବିଜୟ ଲକ୍ଷ୍ୟ

Odisha Sports Bureau