Cricket

ଆଇପିଏଲକୁ ଫେରିବେ ରାହୁଲ ଦ୍ରାବିଡ !

ନୂଆଦିଲ୍ଲୀ:  ଆଇପିଏଲକୁ ଫେରିବେ ରାହୁଲ ଦ୍ରାବିଡ । ମୁଖ୍ୟକୋଚ୍ ଦାୟିତ୍ବ ସମ୍ଭାଳିବା ନେଇ ଖବର ଆସିଛି । ଏଥିପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍ ରାହୁଲଙ୍କ ଯୋଗାଯୋଗ କରୁଥିବା ଜଣାପଡିଛି । ବିଶ୍ବକପରେ ଟିମ ଇଣ୍ଡିଆକୁ ବିଜୟୀ କରାଇବା ପରେ ସରିଛି ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଆଗକୁ ଦ୍ରାବିଡ କଣ କରିବେ ସେନେଇ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ଶୁଣିବାକୁ ମିଳୁଛି ସେ  ଆଇପିଏଲକୁ ଫେରିବେ। କୋଲକତା ଟିମ୍ ମେଂଟର ପଦ ଛାଡିବା ପରେ ଗୌତମଙ୍କ ବିକଳ୍ପ ଖୋଜୁଛନ୍ତି କେକେଆର ମାଲିକ ଶାହରୁଖ ଖାନ୍ । ସେହିପରି ରାଜସ୍ଥାନ ରୟାଲ୍ସ ଏହାର ମୁଖ୍ୟ କୋଚ ପଦ ରାହୁଲଙ୍କୁ ଦେବାକୁ ଚାହୁଁଛି ।କାର୍ଯ୍ୟକାଳ ସରିବା ପରେ ଟିମ ଇଣ୍ଡିଆରେ ଦ୍ରାବିଡଙ୍କ ଜାଗା ନେଇସାରିଛନ୍ତି ଗୌତମ ଗମ୍ଭୀର ।

ସେହିପରି ଆଇପିଏଲରେ ଅନେକ ଟିମ୍ ତାଙ୍କୁ କୋଚ୍ ପଦ ଦେବାକୁ ଚାହୁଁଛନ୍ତି । ତେବେ ରାହୁଲ ନିଜ ପୂରୁଣା ଦଳ ରାଜସ୍ଥାନକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରୟାଲ୍ସ ରାହୁଲଙ୍କୁ କୋଚ୍ ପଦ ଅଫର କରିସାରିଛି । ଖାଲି ହଁ ଆଉ ନାଁରେ ଅଟକିଛି ନିଷ୍ପତ୍ତି । ରାହୁଲ ପୂର୍ବରୁ ରାଜସ୍ଥାନ ଟିମରେ ଖେଳିସାରିଛନ୍ତି । ୨୦୧୩ରେ ରାହୁଲଙ୍କ ନେତୃତ୍ବରେ ଦଳ ରନର୍ସଅପ୍ ହୋଇଥିଲା ।

Related posts

ଧିମା ଓଭର ରେଟ ପାଇଁ କେବଳ କ୍ୟାପଟେନ ନୁହଁନ୍ତି, ପ୍ଳେଇଂ ଇଲେଭନକୁ ମିଳିବ ଦଣ୍ଡ

ସର୍ବାଧିକ ମ୍ୟାଚ ଆୟୋଜନ କରିବାର ରେକର୍ଡ଼ କଲା ବିସିସିଆଇ

ପୁଣି ଥରେ ଆରସିବିର ଅଧିନାୟକ ହେଲେ ବିରାଟ

Odisha Sports Bureau

Leave a Comment