Cricket

ଆଇପିଏଲରେ ନିଜ କମାଲ ଦେଖାଉଛନ୍ତି ରିଙ୍କୁ ସିଂ

ଉତ୍ତରପ୍ରଦେଶ: କ୍ରିକେଟର ରିଙ୍କୁ ସିଂ । ଉତ୍ତରପ୍ରଦେଶ ଅଲିଗଡର ଗୋଟିଏ ଗରିବ ପରିବାରରରୁ ଆସିଥବା ଏହି ଯୁବକ ଏବେ ଆଇପିଏଲରେ ଦେଖଅଉଛନ୍ତି ନିଜର କମାଲ । ଅନେକ ଘାତ ପ୍ରତିଘାତ ପରେ କ୍ରିକେଟର ହୋଇଛନ୍ତି ରିଙ୍କୁ । ସେ ଏଥର ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ କରୁଛନ୍ତି ଚମକପ୍ରଦ ପ୍ରଦର୍ଶନ ।

ଘରେ ଘରେ ଗ୍ୟାସ ସିଲିଣ୍ଡର ଦେବା କାର୍ଯ୍ୟ କରନ୍ତି ରିଙ୍କୁଙ୍କ ବାପା । ଏହି କ୍ରିକେଟରଙ୍କର୫ ଭାଇ ଭାଉଣୀ ଆଛନ୍ତି । ଗରିବ ପରିବାରରେ ଜନ୍ମ ନେଇଥିବାରୁ ତାଙ୍କ ବାପାଚାହୁଁଥିଲେ ରିଙ୍କୁ ପାଠ ପଢି ଭଲ ଚାକିରି କରିବା ପାଇଁ । ହେଲେ ରିଙ୍କୁ ସ୍କୁଲ ଯିବା ବାହାନାରେ ଚାଲି ଯାଉଥିଲେ ଖେଳିବାକୁ । ଖେଳ ପ୍ରତି ରିଙ୍କୁଙ୍କର ରହିଥିଲା ଅନେକ ଦୁର୍ବଳତା ହେଲେ ଆର୍ଥିକ ପରିସ୍ଥିତି ହେତୁ ତାଙ୍କ ବାପା କ୍ରିକେଟ ସାମଗ୍ରୀ ଯୋଗାଇ ପାରୁ ନଥିଲେ । ହେଲେ ରିଙ୍କୁଙ୍କ ଜଣେ ସାଙ୍ଗ ତାଙ୍କୁ ସବୁ କିଟ୍ ଯୋଗାଇ ଦେଉଥିଲେ । ଜୀବନରେ ଏପରି ସମୟ ଆସିଥିଲେ ଯେ, ପରିବାର ଚଳାଇବା ପାଇଁ କିଛି ଦିନ ସଫେଇ କର୍ମଚାରୀ ଭାବେ କାମ କରିଥିଲେ ରିଙ୍କୁ ।

ଏବେ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପ୍ରଦର୍ଶନ ପରେ ଚର୍ଚ୍ଚାକୁ ଆସିଛନ୍ତି ରିଙ୍କୁ ସିଂ । ୨୩ ବଲରେ ୪୨ ରନର ଇନିଂସ ଖେଳିଥିଲେ । ୭ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ ହେବା ସହ ରିଙ୍କୁ ହୋଇଥିଲେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ । ରିଙ୍କୁଙ୍କ ଏହି ସଫଳତା ତାଙ୍କୁ ବଡ ଷ୍ଟାର ବନାଇ ଦେଇଛି । ଆଉ ସେ ପ୍ରମାଣ କରି ଦେଇଛନ୍ତି ଯେ ଅକ୍ଳାନ୍ତ ପରିଶ୍ରମ କଲେ କିଛି ବି କରି ହେବ ।

Related posts

୧୦୦ତମ ଟି -୨୦ ମ୍ୟାଚ ଖେଳିବେନି ଅଷ୍ଟ୍ରେଲିଆ ଷ୍ଟାର ବ୍ୟାଟର ଡାଭି ୱାର୍ଣ୍ଣର

Odisha Sports Bureau

ଓଡ଼ିଶା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ପ୍ରଶିକ୍ଷଣ ପାଇବାକୁ ମନୋନୀତ

Odisha Sports Bureau

ଆଇସିସିର ବ୍ୟାନ ପରେ ଆଇପିଏଲକୁ ଫେରିବେ ୱାନିନ୍ଦୁ ହସରଙ୍ଗା

Odisha Sports Bureau