Cricket

ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୫୬ତମ ମ୍ୟାଚରେ ଆଜି ମଇଦାନକୁ ଓଲ୍ହାଇବେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ। ଭାରତୀୟ ସମୟ ସଂଧ୍ୟା ୭ଟା ୩୦ରେ ଖେଳାଯିବ ମ୍ୟାଚ୍। ସୂଚନାଯୋଗ୍ୟ ଯେ ଗତକାଲି ୫୫ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ-ଦିଲ୍ଲୀ କ୍ୟାପିଟାଲ୍ସକୁ ୯୧ ରନରେ ପରାସ୍ତ କରିଥିଲା। ଟସ୍ ଜିତି ଦିଲ୍ଲୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ଦଳ ର୍ନିଦ୍ଧାରିତ ୨୦ ଓଭରରେ ୬ ଓ୍ୱିକେଟ୍ ହରାଇ ୨୦୮ ରନ୍ କରି, ଦିଲ୍ଲୀ ଆଗରେ ୨୦୯ ରନର ବିଜୟ ଲକ୍ଷ୍ୟ ରଖିଥିଲା। ମାତ୍ର ଦିଲ୍ଲୀ ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରି ୧୧୭ ରନରେ ସମସ୍ତ ଉଇକେଟ୍ ହରାଇ ପରାଜିତ ହୋଇଥିଲା। ସେପଟେ ଅନ୍ୟତମ ମ୍ୟାଚରେ ବାଙ୍ଗାଲୋର ଦଳ ହାଇଦ୍ରାବାଦକୁ ୬୭ ରନରେ ପରାସ୍ତ କରିଛି। ବାଙ୍ଗାଲୋର ୧୯୨ ରନ କରିଥିବା ବେଳେ, ହାଇଦ୍ରାବାଦ ଟିମ୍। ୧୯.୨ ବଲରେ ସମସ୍ତ ଓ୍ୱିକେଟ ହରାଇ ମାତ୍ର ୧୨୫ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲା।

Related posts

ମିନି-ଅକ୍ସନରେ ବାଦ ପଡ଼ିଛନ୍ତି ଅନେକ ଆଗଧାଡ଼ିର ଖେଳାଳି

Odisha Sports Bureau

ମ୍ୟାଚ ପୂର୍ବରୁ ସାଉଥ ଆଫ୍ରିକାକୁ ଝଟକା

Odisha Sports Bureau

ଆଜି ବୀରେନ୍ଦ୍ର ସେହେୱାଗଙ୍କ ୪୦ତମ ଜନ୍ମଦିନ

Odisha Sports Bureau