Cricket

ଆଇପିଏଲକୁ ମିଳିବ ନୂଆ ଚାମ୍ପିଅନ : ୫ ୱିକେଟରେ ମୁମ୍ବାଇକୁ ହରାଇ ଫାଇନାଲରେ ପଞ୍ଜାବ

୫ ଥରର ବିଜେତା ମୁମ୍ବାଇକୁ ହରାଇ ଫାଇନାଲରେ ପହଞ୍ôଚଲା ପଞ୍ଜାବ କିଙ୍ଗସ୍ । ଗ୍ରୁପ୍ ପର୍ୟ୍ୟାୟରେ ଫାଇନାଲ୍ ଖେଳିବେ ପ୍ରଥମ ଦୁଇ ସ୍ଥାନରେ ରହିଥିବା ଦଳ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ରବିବାର ବିଳମ୍ବିତ ମଧ୍ୟରାତି ମୁକାବିଲାରେ ମୁମ୍ବାଇ ପ୍ରଥମ ବ୍ୟାଟିଂ କରି ୨୦୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ପଞ୍ଜାବ କିଙ୍ଗସ୍ ଅଧିନାୟକ ଶ୍ରେୟସ ଆୟରଙ୍କ ବିସ୍ଫୋରକ ପାଳି ବଳରେ ଗୋଟିଏ ଓଭର ପୁର୍ବରୁ ବିଜୟ ହାସଲ କରି ନେଇଥିଲା ଦଳ । ଶ୍ରେୟସ ୪୧ ବଲ୍‌ରୁ ୮୭ ରନ୍ କରିଥିଲେ । ଅଢ଼େଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ ରାତି ୧.୩୮ରେ ସରିଥିଲା । ପୂର୍ବରୁ ମୋଟେରା ଷ୍ଟାଡିୟମ୍‌ରେ ରାତିରେ ତେଜ୍ ଦେଖାଇଥିଲେ ସୂର୍ୟ୍ୟ । ଚଳିତ ଋତୁରେ ସୂର୍ୟ୍ୟକୁମାର ୟାଦବ ତାଙ୍କ ସମସ୍ତ ୧୫ ମ୍ୟାଚ୍‌ରେ ୨୫ରୁ ଊର୍ଦ୍ଧ୍ବ ରନ୍‌ର ପାଳି ଖେଳିବା ସହ ରେକର୍ଡ କରିଛନ୍ତି ।
ଅନ୍ୟପଟେ ସବୁଠାରୁ ରୋଚକ କଥା ହେଲା ରୟାଲ ଚେଲେଞ୍ଜରସ ବାଙ୍ଗାଲୋର ବା ଆରସିବି ଲଗାତାର ଭାବରେ ୭ଟି ମ୍ୟାଚ ନିଜର ହୋମ ଗ୍ରାଉଣ୍ଡ ବାହାରେ ଖେଳି ବିଜୟ ଲାଭ କରିଛି। କେବଳ ସେତିକି ନୁହେଁ ଚଳିତ ସିଜନରେ ଆରସିବି କିଛି ମ୍ୟାଚକୁ ଛାଡ଼ି ଦେଲେ ବାଙ୍ଗାଲୋର ବାହାରେ ଯେତିକି ମ୍ୟାଚ ଖେଳିଛି ସବୁଥିରେ ବିଜୟ ଲାଭ କରିଛି। ତେଣୁ ଚଳିତ ସିଜନରେ ଆରସିବିର ଏହି ରେକର୍ଡ ନିଶ୍ଚିତ ଭାବରେ କିଛି କାଂସରେ ଦଳର ଖେଳାଳିଙ୍କ ମନୋବଳ ବଢ଼େଇବ। ପ୍ରଥମ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗସକୁ ଏକ ତରଫା ଭାବରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ଆରସିବି।

Related posts

ଟ୍ରାକକୁ ଫେରୁଛି ଚେନ୍ନାଇ ଏକ୍ସପ୍ରେସ

Odisha Sports Bureau

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ

Odisha Sports Bureau

ଭାରତ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଟିମ

Odisha Sports Bureau