Cricket

ଦକ୍ଷିଣ ଆଫ୍ରିକାର ଷ୍ଟାର୍ ୱିକେଟ୍ କିପର ବ୍ୟାଟର ହେନରିକ୍ କ୍ଲାସେନ ଇଣ୍ଟରନ୍ୟାସନାଲ୍ କ୍ରିକେଟରରୁ ସନ୍ନ୍ୟାସ ନେଇଛନ୍ତି

ଦକ୍ଷିଣ ଆଫ୍ରିକା-: ଦକ୍ଷିଣ ଆଫ୍ରିକାର ଷ୍ଟାର୍ ୱିକେଟ୍ କିପର ବ୍ୟାଟର ହେନରିକ୍ କ୍ଲାସେନ ଇଣ୍ଟରନ୍ୟାସନାଲ୍ କ୍ରିକେଟରରୁ ସନ୍ନ୍ୟାସ ନେଇଛନ୍ତି । ଏନେଇ କ୍ଲାସେନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏହି ଘୋଷଣା କରିଛନ୍ତି । ୩୩ ବର୍ଷୀୟ କ୍ଲାସେନ ଇନଷ୍ଟାଗ୍ରାମରେ ନିଜ ପରିବାର ସହିତ ଫଟୋ ସେୟାର କରି ଲେଖିଛନ୍ତି, ଏହା ମୋ ପାଇଁ ଅତ୍ୟନ୍ତ ଦୁଃଖର ଦିନ । ଇଣ୍ଟରନ୍ୟାସନାଲ୍ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ମୁଁ ନିଷ୍ପତ୍ତି ନେଇଛି । ଏହା କଠିନ ନିଷ୍ପତ୍ତି ଥିଲା, କିନ୍ତୁ ମୁଁ ଏଥିରେ ସଂପୂର୍ଣ୍ଣ ରୂପେ ସନ୍ତୁଷ୍ଟ । ନିଜ ଦେଶକୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ସବୁଠୁ ସମ୍ମାନର ବିଷୟ । ସେ ଏହାମଧ୍ୟ ଲେଖିଛନ୍ତି, ଦେଶ ପାଇଁ ଖେଳିବା, ମୋର ପିଲା ଦିନରୁ ମୋର ସ୍ୱପ୍ନ ରହିଥିଲା । ମୁଁ ଏଥିପାଇଁ ପରିଶ୍ରମ କରିଥିଲି । ଏହି ସମୟରେ ମୁଁ ଅନେକ ଭଲ ବନ୍ଧୁ ଓ ସମ୍ପର୍କ ଗଢିଛି, ଯାହାଙ୍କୁ ସାରା ଜୀବନ ମୋ ସହ ରଖିବି । କ୍ରିକେଟ୍ ମୋତେ ଅନେକ ମହାନ ବ୍ୟକ୍ତିଙ୍କୁ ଭେଟିବାର ସୌଭାଗ୍ୟ ଦେଇଛି, ଯାହା ମୋର ଜୀବନ ବଦଳାଇ ଦେଇଛି । ମୁଁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି ।

ହେନରିକ୍ କ୍ଲାସେନ ୨୦୧୮ ମସିହାରେ ଭାରତ ବିପକ୍ଷରେ ଦିନିକିଆ ଓ ଟି-୨୦ରେ ଡେବ୍ୟୁ କରିଥିଲେ । ୨୦୧୯ରେ ଭାରତ ବିପକ୍ଷରେ ହିଁ ଟେଷ୍ଟ ଡେବ୍ୟୁ କରିଥିଲେ । ହେନରିକ୍ କ୍ଲାସେନ ଦକ୍ଷିଣ ଆଫ୍ରିକା ପାଇଁ ୪ଟି ଟେଷ୍ଟ, ୬୦ ଦିନିକିଆ ଓ ୫୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଦିନିକିଆ କ୍ରିକେଟରେ କ୍ଲାସେନ ୨୧୪୧ ରନ୍ କରିଛନ୍ତି । ଏଥିରେ ୪ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ସାମିଲ ରହିଛି ।

Related posts

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ପାକିସ୍ତାନୀ କ୍ରିକେଟର ସାଉଦ ସକିଲ

IPL ରୁ ମହାତ୍ରେଙ୍କୁ ବାଦ୍ ପରେ ଏହି କ୍ରିକେଟର ପାଇପାରନ୍ତି ଚାନ୍ସ

Odisha Sports Bureau

ଦିଲ୍ଲୀ ଡ଼େୟାରଡ଼େଭିଲ୍ସ ଦଳର ସହାୟକ କୋଚ୍ ହେବେ ମହମ୍ମଦ କୈଫ

Odisha Sports Bureau