Cricket

ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହାଇଭୋଲ୍ଟେଜ୍ ଟି-୨୦ ମୁକାବିଲା ଦେଖିବେ କ୍ରିକେଟ ପ୍ରେମୀ

ଅହମ୍ମଦାବାଦ-: ଆଜି ଆଇପିଏଲର ଫାଇନାଲ ଫାଇଟ୍‌ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଥମ କରି ନୂଆ ଟିମକୁ ମିଳିବ ଆଇପିଏଲ ମୁକୁଟ । ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଉଭୟ ଟିମ ପୂର୍ବରୁ ଚାମ୍ପିୟନ ହୋଇ ନ ଥିବାରୁ ଏଥର ଆଇପିଏଲକୁ ନୂଆ ବିଜେତା ମିଳିବ । ଉଭୟ ଟିମ ଏ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । କ୍ୱାଲିଫାୟର ୧ରେ ପଞ୍ଜାବକୁ ବେଙ୍ଗାଲୁର ପରାସ୍ତ କରିଥିଲା । କ୍ୱାଲିଫାୟର ୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ପଞ୍ଜାବ ଫାଇନାଲରେ ପ୍ରବେଶ କରିଛି ।

ଉଭୟ ଟିମ ୯ଟି ଲେଖାଏଁ ମ୍ୟାଚ ଜିତିଥିବା ବେଳେ ପଞ୍ଜାବ ପଏଣ୍ଟ ଟେବୁଲର ୧ ନମ୍ବର ସ୍ଥାନରେ ରହିଛି ଏବଂ  ଆରସିବି ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଲିଗ ପର୍ଯ୍ୟାୟ ମ୍ୟାଚରେ ଉଭୟ ଟିମର ଦମଦାର ପ୍ରଦର୍ଶନ ରହିଥିଲା । ତେଣୁ ଫାଇନାଲରେ କଡ଼ା ଟକ୍କର ହେବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି । ପଞ୍ଜାବ କିଙ୍ଗ୍ସ ୨୦୧୪ରେ ଫାଇନାଲ ଖେଳି କୋଲକାତା ନାଇଟ ରାଇଡର୍ସଠାରୁ ପରାସ୍ତ ହେବା ପରେ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦୦୯, ୨୦୧୧ ଓ ୨୦୧୬ ପରେ ଚତୁର୍ଥ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି । ଉଭୟ ଦଳ ପୂର୍ବରୁ କେବେ ବି ଚାମ୍ପିଅନ ହୋଇନାହାନ୍ତି । ଉଭୟ ଟିମ ଭିତରୁ ଯିଏ ବି ବିଜୟୀ ହେବ ସେ ପ୍ରଥମ ଥର ଲାଗି ଆଇପିଏଲ୍ ଟ୍ରଫି ଜିତିବ ।

Related posts

IPL ୨୦୨୬ ପୂର୍ବରୁ KKR କୁ ଆହତ ଝଟକା, ଦଳରେ ଯୋଗ ଦେଲେ ବ୍ଲେସିଂ ମୁଜାରବାନି

Odisha Sports Bureau

ପୁଣି ଥରେ ଆରସିବିର ଅଧିନାୟକ ହେଲେ ବିରାଟ

Odisha Sports Bureau

ନୂଆ ବର୍ଷରେ ନୂଆ ବିଜୟର ଖାତା ଖୋଲିଛି ଭାରତ

Odisha Sports Bureau