Cricket

ମାଆଙ୍କ ସମାଧୀ ସ୍ଥଳରେ ପହଞ୍ଚିରେ ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ:ଚାଲିଛି ଆଇପିଏଲର ମହାପର୍ବ । ହେଲେ ଏହି ସିଜିନରେ ଗୁଜରାଟ ଟାଇଟନ୍ସର ସବୁଠୁ ଖରାପ୍ ପ୍ରଦର୍ଶନ ରହିଥିଲା । ଫଳରେ ସେ ଅଷ୍ଟମ ସ୍ଥାନରେ ରହିଛି । ତେବେଏହି ସିଜନ୍ ରେ ଗୁଜରାଟର ଲେଗ୍ ସ୍ପିନର ରଶିଦ୍ ଖାନ୍ କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲେ । ସେ ମୋଟ ୧୨ଟି ମ୍ୟାଚ ଖେଳି ୧୦ ଓ୍ୱିକେଟ୍ ନେଇଥିଲେ । ତେବେ ଏହାରି ଭିତରେ ଗୁଜରାଟ ଟାଇଟନ୍ସ ର ଆଇପିଏଲ୍ ଅଭିଯାନ ସରିଯାଇଛି । ଏହା ପରେ ରଶିଦ୍ ଖାନ ତାଙ୍କ ଘରକୁ ପଳାଇଛନ୍ତି । ତେବେ ଘରକୁ ଫେରିବା ପରେ ସେ ତାଙ୍କ ମା ଆଙ୍କ ସମାଧୀ ସ୍ଥଳକୁ ଯାଇଥିଲେ । ଏହାରି ଭିତରେ ସେ ଖୁବ ଦୁଃ ଖୀ ଥିବା ନଜର ଆସିଥିଲେ । ୨୫ ବର୍ଷୀୟ ରଶିଦ୍ ଖାନ୍ ଫଟୋ ସେୟାର କରି ଲେଖିଛନ୍ତି ମୁଁ ତୁମକୁ ବହୁତ ମିସ୍ କରୁଛି ମାଆ ।
ସୂଚନା ଅନୁଯାୟୀ , ଜୁନ୍୨୦୨୦ରେ ରଶିଦ୍ ଖାନ୍ ଙ୍କ ମାଆଙ୍କ ଦେହାନ୍ତ ହୋଇଥିଲା । ଏହାର ଦୁଇ ବର୍ଷ ପରେ ତାଙ୍କ ବାପା ଚାଲି ଯାଇଥିଲେ। ତେବେ ରଶିଦ ଖାନ୍ ଆଫଗାନିସ୍ତାନ୍ ପାଇଁ ଏଯାଏଁ ୫ ଟେଷ୍ଟ, ୮୫ ଟି-୨୦, ୧୦୩ଟି ଦିନିକିଆ ଖେଳି ସାରିଛନ୍ତି । ଏହାରି ଭିତରେ ୩୪, ୧୩୮ ଏବଂ ୧୮୩ଟି ଓ୍ୱିକେଟ ନେଇଛନ୍ତି । ରଶିଦ୍ ଆଫଗାନିସ୍ତାନ ପାଇଁ ୧୮୨୫ ରନ୍ ବନେଇଛ ।

Related posts

ଅର୍ଜୁନ ପୁରସ୍କାର ପାଇବା ପରେ ପଡ଼ିଆକୁ ଫେରିବାକୁ ଘୋଷଣା କଲେ ମହମ୍ମଦ ଶାମି

Odisha Sports Bureau

ଖେଳାଳିଙ୍କୁ ଧରି କାନ୍ଦିଲେ ବାଳ‌କ

Odisha Sports Bureau

ବିରାଟଙ୍କ ଯୋଗୁଁ ମ୍ୟାଚ ଦେଖିବା ପାଇଁ ଲାଗିଛି ପ୍ରବଳ ଗହଳି..

Odisha Sports Bureau