Mrathon Wrestling

ନିଜ ରେକର୍ଡ ଭାଙ୍ଗି ଦୀପ୍ତିଙ୍କ ବିଶ୍ୱରେକର୍ଡ

ନିଜ ରେକର୍ଡ ଭାଙ୍ଗି ନୂଆ ରେକର୍ଡ଼ ସହ ବିଶ୍ୱରେ ରେକର୍ଡ କଲେ ଦୀପ୍ତି | ଭାରତର ଦୀପ୍ତି ଜୀବନଜୀ ଜାପାନରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ସେ ୫୫.୦୭ ସେକେଣ୍ଡ ଟାଇମିଂରେ ଫିନିଶ ଲାଇନ ଅତିକ୍ରମ କରିଥିଲେ। ଗତବର୍ଷ ଚାମ୍ପିୟନଶିପ୍‌ର ପ୍ୟାରିସ ସଂସ୍କରଣରେ ଆମେରିକାର ବ୍ରିନା କ୍ଲାର୍କ ୫୫.୧୨ ସେକେଣ୍ଡ ଟାଇମିଂ ସହ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଥିଲେ। ଦୀପ୍ତି ତାଙ୍କ ରେକର୍ଡକୁ ଭଙ୍ଗ କରିବାରେ ସଫଳ ହୋଇଛନ୍ତି।

ତୁର୍କୀର ଆଇଜେଲ ଓଣ୍ଡର (୫୫.୧୯) ଦ୍ୱିତୀୟ ହୋଇଥିବା ବେଳେ ଇକ୍ୱେଡରର ଲିଜାନଶେଲା ଆଙ୍ଗୁଲୋ (୫୬.୬୮) ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସୂଚନାଯୋଗ୍ୟ, ବୌଦ୍ଧିକ ଦୁର୍ବଳତା ଥିବା ଆଥ୍‌ଲେଟମାନେ ଟି୨୦ କାଟେଗୋରିରେ ଭାଗ ନେଇଥାନ୍ତି। ଯୋଗେଶ କାଥୁନିୟା (୪୧.୮୦ମିଟର) ପୁରୁଷ ଏଫ୍‌୫୬ କାଟେଗୋରି ଡିସ୍‌କସ୍‌ ଥ୍ରୋରେ ଏକ ରୌପ୍ୟ ପଦକ ଲାଭ କରିଛନ୍ତି। ଏଫ୍‌ ୫୬ କାଟେଗୋରିରେ ମେରୁଦଣ୍ଡରେ ଇଞ୍ଜୁରି ଥିବା ଆଥଲେଟଙ୍କୁ ବସିଥିବା ଅବସ୍ଥାରେ ପ୍ରତିଯୋଗିତାରେ ଭାଗ ନେବାକୁ ପଡ଼ିଥାଏ। ଚାମ୍ପିୟନଶିପ୍‌ରେ ବର୍ତ୍ତମାନ ଭାରତର ପଦକ ସଂଖ୍ୟା ୪ (୧ ସ୍ବର୍ଣ୍ଣ,୨ ରୌପ୍ୟ ଓ ୧ ବ୍ରୋଞ୍ଜ)ରେ ପହଞ୍ଚତ୍ଛି। ରବିବାର ନିଶାଦ କୁମାର (ଟି୪୭ ହାଇଜମ୍ପ) ଏବଂ ପ୍ରୀତି ପାଲ୍‌ (ଟି୩୫ ୨୦୦ମିଟର ରେସ୍‌) ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପାଇଥିଲେ।

Related posts

“ସ୍ପୋର୍ଟସ୍ ପର୍ସନ୍ ଅଫ୍ ଦି ଇୟର’ ପୁରସ୍କାରରେ ସମ୍ମାନିତ ହେଲେ ବଜରଙ୍ଗ ପୁନିଆ ଏବଂ ଏଲାଭେନିଲ

Odisha Sports Bureau

ଚାକିରୀରେ ଯୋଗଦାନ କରିଛୁ, ଆନ୍ଦୋଳନରୁ ଓହରିନୁ: ବଜରଙ୍ଗ, ସାକ୍ଷୀ ଏବଂ ଭିନେଶ

Odisha Sports Bureau

କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏସିଆନ ଗେମ୍ସ ୨୦୨୩ରୁ ବାହାର ହୋଇଛନ୍ତି

Odisha Sports Bureau