Wrestling

ଚାକିରୀରେ ଯୋଗଦାନ କରିଛୁ, ଆନ୍ଦୋଳନରୁ ଓହରିନୁ: ବଜରଙ୍ଗ, ସାକ୍ଷୀ ଏବଂ ଭିନେଶ

କୁସ୍ତି ସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଲଗାତର ପ୍ରଦର୍ଶନ କରୁଥିବା ଖେଳାଳୀ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗଟ ନିଜ ଚାକିରିରେ ଯୋଗଦାନ କରିଛନ୍ତି । ରେଳବାଇ ଚାକିରୀରେ ୩ ଖେଳାଳୀ ଯୋଗଦାନ କରିଥିବା ନେଇ ସୂଚନା ମିଳିଛି । ତେବେ ସାକ୍ଷୀ ଆନ୍ଦୋଳନରୁ ପଛକୁ ହଟିବା ଖବରକୁ ଗୁଜବ କହିଛନ୍ତି । ସାକ୍ଷୀ ମଲ୍ଲିକ କହିଛନ୍ତି, ସତ୍ୟାଗ୍ରହ ସହ ରେଳବାଇରେ ସେମାନଙ୍କ ଦାୟିତ୍ୱ ସମାନ ଭାବରେ ନିଭାଇବେ ।

ଶୁଣିବାକୁ ମିଳିଥିଲା ଯେ, ସାକ୍ଷୀ ମଲ୍ଲିକ କୁସ୍ତି ଖେଳାଳୀଙ୍କ ଆନ୍ଦୋଳନରୁ ପଛକୁ ହଟିଯାଇଛନ୍ତି । ସାକ୍ଷୀ ମଲ୍ଲିକ ଏଭଳି ଖବରକୁ ଭିତ୍ତିହୀନ ଦର୍ଶାଇଛନ୍ତି । ସେ କହିଛନ୍ତି ନ୍ୟାୟର ଲଢେଇରେ ଆମେ ପଛକୁ ହଟିବୁ ନାହିଁ । ନ୍ୟାୟ ନମିଳିବା ଯାଏ ଆମେ ପଛକୁ ହଟିବୁ ନାହିଁ । ଏହା ପୂର୍ବରୁ ସାକ୍ଷୀଙ୍କ ସ୍ୱାମୀ ସତ୍ୟବ୍ରତ କାଦିଆନ ମଧ୍ୟ ଆନ୍ଦୋଳନରୁ ପଛକୁ ହଟିବାର ଖବର ସାମ୍ନାକୁ ଆସିଥିଲା । ତେବେ ଏସବୁ କଥାକୁ ଖେଳାଳିମାନେ ଅସ୍ୱିକାର କରିଛନ୍ତି ।

Related posts

ମଲ୍ଲ ଯୋଦ୍ଧା ରିତୁ ଫୋଗତ ଟପ୍ ରୁ ବାହାର

Odisha Sports Bureau

କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିବାକୁ ସରକାରଙ୍କ ପ୍ରସ୍ତାବ

ବିବାଦର ସମାଧାନ ନହେବା ଯାଏ ଏସିଆନ ଗେମ୍ସରେ ସାମିଲ ହେବେ ନାହିଁ ସାକ୍ଷୀ ମଲ୍ଲିକ

Odisha Sports Bureau