Cycling

ସାଇକେଲ ଚାଳକକୁ ଧକ୍କା ଦେଇ ବାଇକ୍ ଆରୋହୀ ମୃତ

ହମବର୍ଗ: ହମବର୍ଗଠାରେ ଆୟୋଜିତ ଆଇରନମ୍ୟାନ୍ ୟୁରୋପୀୟ ଚାମ୍ପିଅନସିପ୍ରେ ରବିବାର ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ସାଇକ୍ଲିଷ୍ଟ ସହ ଧକ୍କା ହୋଇ ଜଣେ ମୋଟର ସାଇକେଲ ଚାଳକ ମୃତ୍ୟୁ ବରଣ କରିଛନ୍ତି। ମୋଟର ସାଇକେଲ ଚାଳକଙ୍କ ସହ ଜଣେ କ୍ୟାମେରାମ୍ୟାନ୍ ମଧ୍ୟ ଯାଉଥିଲେ। ଏହି ଘଟଣା ଏକ ଅଣଓସାରିଆ ରାସ୍ତାରେ ହୋଇଥିଲା। ପ୍ରତିଯୋଗୀ ଏବଂ ସେମାନଙ୍କ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ବକୁ କବ୍ଜାରେ ରଖିଥିବାରୁ ଏଭଳି ଦୁର୍ଘଟଣା ଘଟିଥିଲା। ଏହି ଗାଡ଼ି ଜଣେ ସାଇକେଲ ଚାଳକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସେହିଠାରେ ମୋଟର ସାଇକେଲ ଚାଳକର ମୃତ୍ୟୁ ଘଟିଥିଲା ବେଳେ ଆହତ ସାଇକେଲ ଚାଳକ ଓ କ୍ୟାମେରାମ୍ୟାନ୍ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ସ୍ଥାନୀୟ ପୁଲିସ କହିଛି। ଏହି ଦୁର୍ଘଟଣା ପରେ ରେସ୍କୁ କିଛି ସମୟ ସ୍ଥଗିତ ରଖାଯାଇଥିଲା।

Related posts

ବିଏମଏକ୍ସ ବିଶ୍ୱ ସାଇକେଲ ଚାମ୍ପିୟନସିପ ବାତିଲ

Odisha Sports Bureau

ଦେଶର ପ୍ରମୁଖ ୫ଟି ଷ୍ଟାଡିୟମର ହେବ ନବିକରଣ

Odisha Sports Bureau

ଦୁଇ ମାସ ପାଇଁ ପାରାସୁଟ ରେଜିମେଣ୍ଟରେ ପ୍ରଶିକ୍ଷଣ ନେବେ ଧୋନି