Cricket

ଦୁଲୁକିବ ବାରବାଟୀ: ସିଲଭର ସିଟିରେ ଜମିବ ଟି-୨୦ କ୍ରେଜ୍

କଟକ: ଓଡିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ପୁଣି ଥରେ ବାରବାଟୀରେ ଦେଖିବାକୁ ମିଳିବ ମହାମୁକାବିଲା । ସିଲଭର ସିଟିରେ ଜମିବ ଟି-20 କ୍ରେଜ୍ । ଆସନ୍ତା ମାସ ଜୁନ ୧୨ ତାରିଖରେ ବାରବାଟୀରେ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମହାମୁକାବିଲା। ଏନେଇ ବିସିସିଆଇ ଏବଂ ଖେଳସୂଚୀ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ତେବେ ଚଳିତ ବର୍ଷ ଫୁଲ ଦର୍ଶକରେ ହେବ ବାରବାଟୀ ମୁକାବିଲା । ଏନେଇ ସରକାରଙ୍କ ସହ ଚାଲିଛି ଆଲୋଚନା ।

ଅନ୍ୟପକ୍ଷେ ଦର୍ଶକଙ୍କୁ ନେଇ ମ୍ୟାଚ ଆୟୋଜନ ପାଇଁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ, ଏସଆରସି ଏବଂ କ୍ରୀଡା ସଚିବଙ୍କୁ ଚିଠି ଲେଖିଛି ଓସିଏ । ଖୁବଶୀଘ୍ର ସରକାର ଏନେଇ ଅନୁମତି ପ୍ରଦାନ କରିବେ ବୋଲି ଆଶା ରଖାଯାଇଛି । ମ୍ୟାଚ ପାଇଁ ବସିଥିବା ପ୍ରସ୍ତୁତି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ତେବେ ବାରବାଟୀରେ ୪୪ ହଜାର ସିଟର କ୍ଷମତା ରହିଛି ।ଦର୍ଶକଙ୍କୁ ନେଇ ମ୍ୟାଚ ଆୟୋଜନର ଅନୁମତି ମିଳିଲେ ଉଭୟ ଅନଲାଇନ ଓ ଅଫଲାଇନରେ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ବୋଲି ସଞ୍ଜୟ କହିଛନ୍ତି ।

ସେହିଭଳି ମ୍ୟାଚ ପୂର୍ବରୁ ବଢ଼ିଛି ଦର୍ଶକଙ୍କ ଟିକେଟ ଟେନସନ । କାରଣ ବାରବାଟିରେ ଖେଳାଯିବାକୁ ଥିବା ଏହି ଟି-୨୦ ମ୍ୟାଚରେ ବଢ଼ିପାରେ ଟିକେଟ୍ ଦର । ଟିକେଟ ମୂଲ୍ୟ ସହିତ ୧୮ ପ୍ରତିଶତ ଜିଏସଟି ଦେବେ ଦର୍ଶକ । ବର୍ଦ୍ଧିତ ଦରରେ ଟିକେଟ କିଣିବେ ଫ୍ୟାନ୍ସ । ଏହି ମ୍ୟାଚ ପାଇଁ ଉଭୟ ଅନଲାଇନ ଓ ଅଫଳାଇନରେ ଉପଲବ୍ଧ ହେବ ଟିକେଟ । ଏଥିସହ ୭ ନମ୍ବର ଗ୍ୟାଲେରୀ କାମ ଚଳିତ ମାସ ସୁଦ୍ଧା ଶେଷ ହେବ ।ଫଳରେ ମୋଟ ୪୪,୪୦୦ ଦର୍ଶକ ଏହି ଗ୍ୟାଲେରୀରେ ବସି ମ୍ୟାଚ ଦେଖିବାର ସୁଯୋଗ ପାଇବେ । ତେବେ ଆସନ୍ତା ସପ୍ତାହ ସୁଦ୍ଧା ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ।

Related posts

ନିଜକୁ ଫିଟ ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟର ଶେୟସ ଆୟର

Odisha Sports Bureau

ବିରାଟ କୋହଲିଙ୍କ ଉପରେ ମମତା ଦେଖାଇଲେ ୱେଷ୍ଟଇଣ୍ଡିଜ ଖେଳାଳିଙ୍କ ମାଆ

ଅନଫିଟ ରାହୁଲଙ୍କୁ ଦଳରେ ମିଳିଲା ସ୍ଥାନ, କାରଣ କହିଲେ ଅଜିତ ଅଗରକର

Odisha Sports Bureau

Leave a Comment