Cricket

ବାରବାଟୀ ମ୍ୟାଚ୍ ପାଇଁ ଆରମ୍ଭ ହେଲା ଟିକେଟ୍ ବିକ୍ରି

କଟକ: ଆଜିଠୁ ଆରମ୍ଭ ହେଲା ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି । ଏହି ଟିକେଟ୍ ବିକ୍ରି ଉଭୟ ଅଫଲାଇନ ଓ ଅନଲାଇନରେ ହେବ । ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଛି ଟିକେଟ୍ ବିକ୍ରି । ମୋଟ ୫ ହଜାର ଟିକେଟ୍ ଅନଲାଇନରେ ମିଳିବାକୁ ଥିବା ବେଳେ ଜଣେ ଲୋକ ଦୁଇଟି ଟିକେଟ କିଣିପାରିବେ । ଭୁବନେଶ୍ବର ଓ କଟକରେ ଦୁଇଟି ଲେଖାଏଁ କାଉଣ୍ଟର ଖୋଲାଯାଇଛି ।

ପେଟିଏମ ଆପ୍ ଜରିଆରେ ଅନଲାଇନ ଟିକେଟ ବୁକ ମଧ୍ୟ କରିପାରିବେ ଦର୍ଶକ । ବୁକିଂ କରିବା ସମୟରେ ନିଜର ପରିଚୟ ପତ୍ର ଦେବାକୁ ପଡିବ ଦର୍ଶକଙ୍କୁ । ଗ୍ୟାଲେରୀ ନଂ ୨, ୪, ୭, ସ୍ପେସାଲ ଏନ୍‍କ୍ଲୋଜର ବ୍ଲକ ଏ, ନ୍ୟୁ ପ୍ୟାଭିଲିୟନ- ୧ର କିଛି ଟିକଟ କେବଳ ଅନ୍‍ଲାଇନରେ ମିଳିବକୁ ଥିବା ବେଳେ ଗ୍ୟାଲେରୀ ନଂ-୧, ୩, ୫ ଭଳି ଚାହିଦା ଥିବା ସ୍ଥାନର ଟିକଟ ଅନଲାଇନରେ ଉପଲବ୍ଧ ହେବନାହିଁ ।

୯ ତାରିଖରୁ ୧୧ ତାରିଖ ମଧ୍ୟରେ ଦିନ ୧୦ଟାରୁ ୬ ଟା ମଧ୍ୟରେ ସେମାନଙ୍କ ଟିକେଟର ହାର୍ଡକପି ସଂଗ୍ରହ କରିବେ । ପେଟିଏମ୍‍, ପେଟିଏମ୍‍ ଇନସାଇଡର ମୋବାଇଲ ଆପ୍ଲିକେସନ କିମ୍ବା ଡବ୍ଲୁ ଡବ୍ଲୁ ଇନସାଇଡର ଡଟ୍ ଇନରେ ୱେବସାଇଟରେ ଟିକେଟ କିଣି ପାରିବେ ଦର୍ଶକ । ଜୁନ୍ ୧୨ରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଖେଳାଯିବ । ଜୁନ୍ ୧୦ରେ ଭୁବନେଶ୍ବର ପହଞ୍ଚିବେ ଖେଳାଳି । ଷ୍ଟାଡିୟମରେ ଖେଳ ଦେଖିବା ପାଇଁ ୪୪ ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।

Related posts

ଆଇପିଏଲର ୧୪ ତମ ସିଜନରେ ବ୍ୟବହୃତ ଷ୍ଟମ୍ପ ଏବଂ ବେଲର ଦାମ ୪୦ ଲକ୍ଷ ଟଙ୍କା

Odisha Sports Bureau

ଆଇସିସି ଇଭେଣ୍ଟରେ ପୁରୁଷ ଏବଂ ମହିଳା ଟିମକୁ ମିଳିବ ସମାନ ପୁରଷ୍କାର ରାଶି

Odisha Sports Bureau

ହିଟମ୍ୟାନଙ୍କ ହାତରେ ବଡ ସଫଳତା

Odisha Sports Bureau