Cricket

ବାରବାଟୀ ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

କଟକ : ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଟି-୨୦ ମ୍ୟାଚ ଏବେ ଅନିଶ୍ଚିତ । କାରଣ ଏହି ମ୍ୟାଚକୁ ବନ୍ଦ କରିବା ପାଇଁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ଢ଼େଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ଜଣେ ବ୍ୟକ୍ତି ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ଅଭିଯୋଗ କରି ଏହି ମ୍ୟାଚ ବନ୍ଦ ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ସେ ଅପିଲ କରିଛନ୍ତି । ଏହି ମାମଲାରେ ରାଜ୍ୟ ସରକାର, ବିସିସିଆଇ ସମେତ ୧୫ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ସୂଚନାଯୋଗ୍ୟ, ଏହି ମ୍ୟାଚ ପାଇଁ ୧ ତାରିଖ ଠାରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଏହି ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ହାଇକୋର୍ଟରେ ଏହି ମାମଲା ଥିବାରୁ ସମସ୍ତଙ୍କ ମନରେ ନୈରାଶ୍ୟତା ଜାତ ହୋଇଛି ।

Related posts

ବୈଭବ ସୂର୍ଯ୍ୟବଂଶୀ ପ୍ରତିଦିନ କେତେ ଲିଟର କ୍ଷୀର ପିଅନ୍ତି? ବଡ ଖୁଲାସା

ଆଉ ଗୋଟିଏ ଛକା ମାରି ସିକ୍ସର କିଙ୍ଗ ହେବେ ରୋହିତ ଶର୍ମା

Odisha Sports Bureau

ଆଇପିଏଲ ଖେଳାଳୀଙ୍କୁ ମିଳିବ ଫୁଲ ଦରମା

Odisha Sports Bureau