Cricket

ଆଇସିସି ଟି-୨୦ ରାଙ୍କିଙ୍ଗରେ ଇଶାନଙ୍କ କମାଲ

ମୁମ୍ବାଇ: ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ଆଇସିସି) ଦ୍ୱାରା ନୂତନ ଟି-୨୦ ର୍ୟାଙ୍କିଙ୍ଗ ଘୋଷିତ ହୋଇଛି । ଦକ୍ଷିଣ ଆଫ୍ରିକା ବିକ୍ଷକ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରି ଭାରତୀୟ ବ୍ୟାଟର ଇଶାନ କିଶାନ ୬୮ଜଣ ଖେଳାଳିଙ୍କୁ ପଛରେ ପକାଇ ରାଙ୍କିଙ୍ଗର ଟପ୍ ୧୦ ତାଲିକାରେ ଇଶାନ ସ୍ଥାନ ପାଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ୩ଟି ମ୍ୟାଚରେ ସେ ୧୬୪ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି । ସେହିପରି ଟେଷ୍ଟ ଓ ଏକଦିବସୀୟ ର୍ୟାଙ୍କିଙ୍ଗରେ ପାକିସ୍ତାନ ଓ ଭାରତୀୟ ଖେଳାଳିଙ୍କ ଦବଦବା ରହିଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ ଏହି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଏକଦିବସୀୟ ର୍ୟାଙ୍କିଙ୍ଗରେ ପାକିସ୍ତାନ କ୍ୟାପଟେନ ବାବର ଆଜମ ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି । ପୁଣି ୱେଷ୍ଟଇଣ୍ଡିଜ ବିପକ୍ଷ ଏକଦିବସୀୟ ସିରିଜରେ ଦମଦାର ପ୍ରଦର୍ଶନ କରି ଇମାମ-ଉଲ-ହକ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ୩ ନଂ ସ୍ଥାନରେ ରହିଛନ୍ତି । ସେହିପରି ୪ର୍ଥ ସ୍ଥାନରେ ଟିମ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମା ରହିଛନ୍ତି । ତେବେ ଟେଷ୍ଟ ର୍ୟାଙ୍କିଙ୍ଗରେ ଭାରତର ୨ଜଣ ବ୍ୟାଟର ସ୍ଥାନ ପାଇଛନ୍ତି । ରୋହିତ ଶର୍ମା ୭୫୪ ପଏଣ୍ଟ ପାଇ ୮ମ ଏବଂ ବିରାଟ କୋହଲି ୭୪୨ ପଏଣ୍ଟ ପାଇ ୧୦ମ ସ୍ଥାନରେ ରହିଥିବା ଜଣାପଡିଛି ।

Related posts

ବିରାଟଙ୍କ ବିରାଟ ରେକର୍ଡ଼

Odisha Sports Bureau

ରୋହିତ ଶର୍ମା ପ୍ରାୟ 20 ଦିନ ହେଲା ବାହାରେ ଅଛନ୍ତି। ସେ ଆଜି ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବେ କି?

Odisha Sports Bureau

ପୁଣି ଦୁବାଇରେ ଆଶ୍ରୟ ପାଇବ ଆଇପିଏଲ୍, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି ବିସିସିଆଇ

Odisha Sports Bureau