Cricket

ରୋହିତଙ୍କୁ ଧୋକା ଦେଉଛି ଭାଗ୍ୟ

ନୂଆଦିଲ୍ଲୀ :  ଭାରତ ଜୁଲାଇ ୧ରେ ଇଂଲଣ୍ଡ ବିପକ୍ଷରେ ଏଜବାଷ୍ଟନରେ ଟେଷ୍ଟ ମ୍ୟାଚ୍ ଖେଳିବ । ଏହି ଟେଷ୍ଟ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଗତ ବର୍ଷ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଏହା ହେଉଛି ପଞ୍ଚମ ତଥା ନିର୍ଣ୍ଣାୟକ ମୁକାବିଲା । ହେଲେ କରୋନା କାରଣରୁ ଶେଷ ମ୍ୟାଚ ଖେଳା ଯାଇ ପାରିନଥିଲା । ବର୍ତ୍ତମାନ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି ଭାରତ । ଭାରତର ନଜର ଶେଷ ଟେଷ୍ଟ ଜିତି ଇତିହାସ ରଚିବା ଉପରେ ରହିଛି । ହେଲେ ଏହା ପୂର୍ବରୁ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ଅଧିନାୟକ ରୋହିତ ଶର୍ମା । ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ଏବେ ସଙ୍ଗରୋଧରେ ରହିଛନ୍ତି । ଏଜବାଷ୍ଟନ ଟେଷ୍ଟ ରୋହିତ ଖେଳିବେ କି ନାହିଁ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇ ନାହିଁ । ଯଦି ରୋହିତ ଖେଳିବେ ନାହିଁ ତେବେ ଭାରତୀୟ ଦଳର ନେତୃତ୍ୱ କିଏ ନେବ ଏବଂ ଦଳରଓପନିଂ କିଏ କରିବ ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି

ହୋଇଛି । ଯଦି ରୋହିତ ଶର୍ମାଙ୍କ କଥା କୁହାଯିବ ତେବେ ଏମିତି ଅନେକ ଥର ହୋଇଛି ଯେତେବେଳେ ଗୁରୁତ୍ୱପୂର୍ଣ୍ଣ ସମୟରେ ଭାଗ୍ୟ ତାଙ୍କୁ ଧୋକା ଦେଇଛି । କେତେବେଳେ ରୋହିତ ଶର୍ମା ଅନଫିଟ୍ ରହୁଛନ୍ତି ତ ଅ।ଉ କେତେବେଳେ ଖରାଫ ଫର୍ମ ତାଙ୍କ ଲୟ ବିଗାଡି ଦେଇଛି । ଏମିତି ଘଟଣା ଅଧିକାଂଶ ସେହି ସମୟରେ ଘଟୁଛି ଯେତେବେଳେ ଟିମ୍ ଇଣ୍ଡିଅ । କୌଣସି ବଡ ମ୍ୟାଚ କିମ୍ବା ସିରିଜ୍ ଖେଳିବାକୁ ପ୍ରସ୍ତୁତି କରୁଥିବ । କିମ୍ବା ଉକ୍ତ ସିରିଜ୍ ରୋହିତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବ । ଯଦି ପୁରୁଣା ପୃଷ୍ଠା ଓଲଟାଇବା ତେବେ ପ୍ରଥମେ ନଜରକୁ ଅ ।ସେ ୨୦୧୧ ବିଶ୍ୱ କପ୍ । ବିଶ୍ୱ କପରେ ରୋହିତ ଶର୍ମାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନଥିଲା । ରୋହିତ ବିଶ୍ୱକପର କିଛି ସମୟ ପୂର୍ବରୁ ରନ କରୁଥିଲେ, ମାତ୍ର ବିଶ୍କପ୍ ନିକଟତର ହେବା ସମୟରେ ସେ

ଫର୍ମ ହରାଇଥିଲେ ଏବଂ ଅ ।ହତ ହୋଇଥିଲେ । ତେଣୁ ତାଙ୍କୁ ବିଶ୍ୱକପ୍ ଦଳରେ ସ୍ଥାନ ମିଳିନଥିଲା । ପୁଣି ୨୦୨୦-୨୧ରେ ଯେତେବେଳେ ଭାରତୀୟ ଦଳ ଟେଷ୍ଟ ସିରିଜ୍ ପାଇଁ ଅଷ୍ଟ୍ରେଲିଅ । ଗସ୍ତ କରିଥିଲା, ସେହି ସମୟରେ ରୋହିତ ଅ।ହତ ହୋଇଥିଲେ । ପ୍ରଥମ ଦୁଇଟି ମ୍ୟାଚ୍ ସେ ଖେଳି ପାରିନଥିଲେ । ପ୍ରଥମ ମ୍ୟାଚରେ ଦଳ ୩୬ ରନରେ ଅଲଅ।ଉଟ୍ହୋ ଇଥିଲା । ପରେ ଦୁଇଟି ମ୍ୟାଚରେ ରୋହିତ ଶର୍ମା ଖେଳିଥିଲେ । ଏହା ପରେ ରୋହିତ ଶର୍ମାଙ୍କୁ ଯେଉଁ ସମୟରେ ଅଧିନାୟକ ଦାୟିତ୍ୱଦିଆଗଲା, ତାଙ୍କର ପ୍ରଥମ ଗସ୍ତ ଦକ୍ଷିଣ ଆଫ୍ରିକା ଥିଲା । ହେଲେ ଆହତଜନିତ ସମସ୍ୟା କାରଣରୁ ସେ ଗସ୍ତ କରିପାରିନଥିଲେ । ନା ସେ ଟେଷ୍ଟ ସିରିଜ୍ ଖେଳିପାରିଲେ ନା ଦିନିକିଆ ସିରିଜ୍ । ତାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଦଳର ନେତୃତ୍ୱ ନେଇଥିଲେ ଏବଂ ଭାରତୀୟ ଦଳ ଉଭୟ ସିରିଜରେ ପରାସ୍ତ ହୋଇଥିଲା ।

Related posts

୨୦୦ତମ ମ୍ୟାଚ୍ ଖେଳି ରେକର୍ଡର ଅଧିକାରୀ ମିତାଲି

Odisha Sports Bureau

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବେନି କେ.ଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା

Odisha Sports Bureau

ଇଣ୍ଡିଆର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ପୁଣିଥରେ ରାଜନୀତିରେ

Odisha Sports Bureau