Cricket

ରୋହିତଙ୍କୁ ଧୋକା ଦେଉଛି ଭାଗ୍ୟ

ନୂଆଦିଲ୍ଲୀ :  ଭାରତ ଜୁଲାଇ ୧ରେ ଇଂଲଣ୍ଡ ବିପକ୍ଷରେ ଏଜବାଷ୍ଟନରେ ଟେଷ୍ଟ ମ୍ୟାଚ୍ ଖେଳିବ । ଏହି ଟେଷ୍ଟ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଗତ ବର୍ଷ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଏହା ହେଉଛି ପଞ୍ଚମ ତଥା ନିର୍ଣ୍ଣାୟକ ମୁକାବିଲା । ହେଲେ କରୋନା କାରଣରୁ ଶେଷ ମ୍ୟାଚ ଖେଳା ଯାଇ ପାରିନଥିଲା । ବର୍ତ୍ତମାନ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି ଭାରତ । ଭାରତର ନଜର ଶେଷ ଟେଷ୍ଟ ଜିତି ଇତିହାସ ରଚିବା ଉପରେ ରହିଛି । ହେଲେ ଏହା ପୂର୍ବରୁ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ଅଧିନାୟକ ରୋହିତ ଶର୍ମା । ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ଏବେ ସଙ୍ଗରୋଧରେ ରହିଛନ୍ତି । ଏଜବାଷ୍ଟନ ଟେଷ୍ଟ ରୋହିତ ଖେଳିବେ କି ନାହିଁ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇ ନାହିଁ । ଯଦି ରୋହିତ ଖେଳିବେ ନାହିଁ ତେବେ ଭାରତୀୟ ଦଳର ନେତୃତ୍ୱ କିଏ ନେବ ଏବଂ ଦଳରଓପନିଂ କିଏ କରିବ ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି

ହୋଇଛି । ଯଦି ରୋହିତ ଶର୍ମାଙ୍କ କଥା କୁହାଯିବ ତେବେ ଏମିତି ଅନେକ ଥର ହୋଇଛି ଯେତେବେଳେ ଗୁରୁତ୍ୱପୂର୍ଣ୍ଣ ସମୟରେ ଭାଗ୍ୟ ତାଙ୍କୁ ଧୋକା ଦେଇଛି । କେତେବେଳେ ରୋହିତ ଶର୍ମା ଅନଫିଟ୍ ରହୁଛନ୍ତି ତ ଅ।ଉ କେତେବେଳେ ଖରାଫ ଫର୍ମ ତାଙ୍କ ଲୟ ବିଗାଡି ଦେଇଛି । ଏମିତି ଘଟଣା ଅଧିକାଂଶ ସେହି ସମୟରେ ଘଟୁଛି ଯେତେବେଳେ ଟିମ୍ ଇଣ୍ଡିଅ । କୌଣସି ବଡ ମ୍ୟାଚ କିମ୍ବା ସିରିଜ୍ ଖେଳିବାକୁ ପ୍ରସ୍ତୁତି କରୁଥିବ । କିମ୍ବା ଉକ୍ତ ସିରିଜ୍ ରୋହିତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବ । ଯଦି ପୁରୁଣା ପୃଷ୍ଠା ଓଲଟାଇବା ତେବେ ପ୍ରଥମେ ନଜରକୁ ଅ ।ସେ ୨୦୧୧ ବିଶ୍ୱ କପ୍ । ବିଶ୍ୱ କପରେ ରୋହିତ ଶର୍ମାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନଥିଲା । ରୋହିତ ବିଶ୍ୱକପର କିଛି ସମୟ ପୂର୍ବରୁ ରନ କରୁଥିଲେ, ମାତ୍ର ବିଶ୍କପ୍ ନିକଟତର ହେବା ସମୟରେ ସେ

ଫର୍ମ ହରାଇଥିଲେ ଏବଂ ଅ ।ହତ ହୋଇଥିଲେ । ତେଣୁ ତାଙ୍କୁ ବିଶ୍ୱକପ୍ ଦଳରେ ସ୍ଥାନ ମିଳିନଥିଲା । ପୁଣି ୨୦୨୦-୨୧ରେ ଯେତେବେଳେ ଭାରତୀୟ ଦଳ ଟେଷ୍ଟ ସିରିଜ୍ ପାଇଁ ଅଷ୍ଟ୍ରେଲିଅ । ଗସ୍ତ କରିଥିଲା, ସେହି ସମୟରେ ରୋହିତ ଅ।ହତ ହୋଇଥିଲେ । ପ୍ରଥମ ଦୁଇଟି ମ୍ୟାଚ୍ ସେ ଖେଳି ପାରିନଥିଲେ । ପ୍ରଥମ ମ୍ୟାଚରେ ଦଳ ୩୬ ରନରେ ଅଲଅ।ଉଟ୍ହୋ ଇଥିଲା । ପରେ ଦୁଇଟି ମ୍ୟାଚରେ ରୋହିତ ଶର୍ମା ଖେଳିଥିଲେ । ଏହା ପରେ ରୋହିତ ଶର୍ମାଙ୍କୁ ଯେଉଁ ସମୟରେ ଅଧିନାୟକ ଦାୟିତ୍ୱଦିଆଗଲା, ତାଙ୍କର ପ୍ରଥମ ଗସ୍ତ ଦକ୍ଷିଣ ଆଫ୍ରିକା ଥିଲା । ହେଲେ ଆହତଜନିତ ସମସ୍ୟା କାରଣରୁ ସେ ଗସ୍ତ କରିପାରିନଥିଲେ । ନା ସେ ଟେଷ୍ଟ ସିରିଜ୍ ଖେଳିପାରିଲେ ନା ଦିନିକିଆ ସିରିଜ୍ । ତାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଦଳର ନେତୃତ୍ୱ ନେଇଥିଲେ ଏବଂ ଭାରତୀୟ ଦଳ ଉଭୟ ସିରିଜରେ ପରାସ୍ତ ହୋଇଥିଲା ।

Related posts

ସଚିନଙ୍କୁ ପଛରେ ପକାଇ ବିରାଟ ହାସଲ କରିଛନ୍ତି ଗୌରବ

Odisha Sports Bureau

ଧୋନି ଆଗକୁ ଆଇପିଏଲ ଖେଳିବେ କି ନାହିଁ ଡିସେମ୍ବରରେ ନେବେ ନିସ୍ପତି

ମ୍ୟାଚ ପୂର୍ବରୁ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମର ଯାଞ୍ଚ ପାଇଁ ପହଞ୍ଚିଲେ ଆଇସିସି ଏବଂ ବିସିସିଆଇ ଅଧିକାରୀ

Odisha Sports Bureau