Cricket

କରୋନାରେ ସଂକ୍ରମିତ ହେଲେ ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆକୁ ବଡ ଝଟକା । ଏସିଆ କପ୍ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ ନ ଆସିବା ପର୍ଯ୍ୟନ୍ତ ଟିମ୍ ସହ ଯୋଗ ଦେଇପାରିବେନି ରାହୁଲ । ଏଭଳି ପରିସ୍ଥିତିରେ ରାହୁଲଙ୍କ ବଦଳରେ କିଏ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାର ସମ୍ଭାଳିବେ ସେନେଇ ଚର୍ଚ୍ଚା ଚାଲିଛି । ଏସିଆ କପ୍ଟି ପାଇଁ ଟିମ ଇଣ୍ଡିଆ ଆଜି ହିଁ ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ କରିବ । ଆଉ ଆସନ୍ତା ୨୭ରେ ଏସିଆ କପ୍ ଆରମ୍ଭ ହେବ । ଆସନ୍ତା ୨୮ରେ ପାକିସ୍ତାନ ବିପକ୍ଷରେ ଭାରତ ତାର ଏସିଆ କପ୍ ଅଭିଯାନ ଆରମ୍ଭ କରିବ ଆଉ ଏହି ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ସୂଚାନଯୋଗ୍ୟ ଯେ ୱେଷ୍ଟଇଣ୍ଡିଜ ଗସ୍ତ ପରେ ଭାରତ ଜିମ୍ବାୱେ ଗସ୍ତରେ ଯାଇଥିଲେ ମଧ୍ୟ ଦ୍ରାବିଡ ଟିମ୍ ସହ ନ ଯାଇ କିଛି ସମୟ ପାଇଁ ବ୍ରେକ ନେଇଥିଲେ । କେ.ଏଲ ରାହୁଲଙ୍କ ନେତୃତ୍ୱରେ ଜିମ୍ବାୱେ ଗସ୍ତ କରିଥିଲା ଦଳ ଏବଂ କୋଚ୍ ଭାବେ ଭିଭିଏସ ଲକ୍ଷ୍ମଣ ଦଳ ସହ ଯାଇଥିଲେ । ଆଉ ଜିମ୍ବାୱେ ବିପକ୍ଷ ସିରିଜକୁ କ୍ଲିନ୍ ସୁଇପ କରିଥିଲା ଟିମ୍ ଇଣ୍ଡିଆ ।

Related posts

ରାଞ୍ଚି ଟେଷ୍ଟରେ ଚମକିଲେ ଆକାଶଦୀପ୍ ;ଘାତକ ବୋଲିଂରେ ଘାଇଲା ଇଲଣ୍ଡ ଟିମ୍

Odisha Sports Bureau

ରେକର୍ଡ ସୃଷ୍ଟି କରିବାଠାରୁ ମାତ୍ର ୮ ରନ୍ ଦୂରରେ ବିରାଟ

Odisha Sports Bureau

କେକେଆରରେ ଯୋଗ ଦେଇପାରନ୍ତି ଗୌତମ ଗମ୍ଭୀର; କ୍ୟାପଟେନ ନୀତୀଶ ରାଣା ଦେଲେ ସୂଚନା

Odisha Sports Bureau

Leave a Comment