Badminton

ରାଜ୍ୟ ସ୍ତରୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ରାଇରଙ୍ଗପୁରର ଦ୍ୱତୀୟ ସ୍ଥାନରେ ୧୪ ବର୍ଷ ନାବାଳକ

ରାଇରଙ୍ଗପୁର : ଭୂବନେଶ୍ବର କେନ୍ଦ୍ରିୟ ବିଦ୍ୟାଳୟ ଜୋନର ଅନୁଗୋଳର କଣିହାଁ ଠାରେ ରାଜ୍ୟ ସ୍ତରୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ହୋଇଥିଲା ।ଏହା ଅଗଷ୍ଟ ୧୭/୧୮ ଦୁଇଦିନ ଧରି କ୍ରୀଡା ଅନୁଷ୍ଠିତ ହୋଇଥିଲା । ଏଥିରେ ୬୨ ଟି କେନ୍ଦ୍ରୀୟ ବିଦ୍ୟାଳୟ ୨୯ ଟି କେନ୍ଦ୍ରୀୟ ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ । ୧୪ ବର୍ଷୀୟ ତଳ ବର୍ଗରେ କେନ୍ଦ୍ରୀୟ ବିଦ୍ୟାଳୟ,ମହୁଲଢିହା, ରାଇରଙ୍ଗପୁର ର ବଦ୍ରିପ୍ରସାଦ ଗିରି ୨ୟ ଏବଂ ମନିଷ ପାଲ ୪ର୍ଥ ସ୍ଥାନ ଅଧିକାର କରି ସଫଳତା ଆଣିଛନ୍ତି । ତାଙ୍କ ସଫଳତାରେ ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଓ ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଶୁଭେଚ୍ଛା ଜଣାଇଥିଲେ ।ସେହିଭଳି ରାଇରଙ୍ଗପୁର ବେଡମିଣ୍ଟନ କ୍ଲବ୍ ର ସଦସ୍ୟ ବିନାୟକ ପାଲ,ରାହୁଲ ସ୍ବାମୀ,ମାସୁମ ଜୟିସ୍ବାଲ,ରାଜେଶ ସାର ପ୍ରମୁଖ ରାଇରଙ୍ଗପୁର ଇଣ୍ଡୋର ଷ୍ଟାଡିୟମରେ ଦୁଇ ଯୁବକ ବେଡମିଣ୍ଟନ ତାରକାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Related posts

ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ: ତାଇ ଜୁ ୟିଙ୍ଗ୍‌ଠାରୁ ପରାସ୍ତ ହେଲେ ସିନ୍ଧୁ

Odisha Sports Bureau

ଚୀନ ଏବଂ କୋରୀଆ ଓପନ ଠାରୁ ଦୁରେଇଲେ ପ୍ରଣାୟ

Odisha Sports Bureau

ତାଜିକସ୍ତାନରେ ସ୍ବର୍ଣ୍ଣ ଜିତିଲେ ପଣ୍ଡା ଭଉଣୀ

Odisha Sports Bureau