Cricket

ଜିମ୍ବାୱେକୁ ୫ ୱିକେଟରେ ହରାଇଲା ଭାରତ

ହାରାରୋ: ହାରାରେ ସ୍ପୋର୍ଟ୍ସ କ୍ଲବ ଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ଜିମ୍ବାୱେକୁ ୫ ୱିକେଟରେ ଭାରତ ପରାସ୍ତ କରିଛି। ଏହା ସହିତ ଭାରତ ୨-୦ ସିରିଜରେ ଆଗୁଆ ରହିଛି। ଅନୁଷ୍ଠିତ ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୩୮.୧ ତମ ଓଭରରେ ୧୬୧ ରନ କରି ଅଲ ଆଉଟ ହୋଇଯାଇଥିଲା। ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ। ତେବେ ସିମ ୱିଲିଅମ୍ସ ୪୧ ରନ୍ ଓ ବର୍ଲ ୩୯ ରନ କରିଥିଲେ। ମାତ୍ର ଏହି ଦୁଇ ବ୍ୟାଟ୍ସ ମ୍ୟାନ ଆଉଟ ହେବା ପରେ ନିମ୍ନ ଭାଗ ବ୍ୟାଟ୍ସମ୍ୟାନ ମାନେ ବିଫଳ ହୋଇଥିଲେ। ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି ୱିକେଟ ନେଇଥିବାବେଳେ ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଅକ୍ଷର ପଟେଲ, କୂଲଦୀପ ଯାଦବ ଓ ଦୀପକ ହୁଦା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ୧୬୨ ରନର ଲକ୍ଷ ନେଇ ଭାରତୀୟ ଦଳ ୨୫.୪ ତମ ଓଭରରେ ୫ ୱିକେଟ ହରାଇ ୧୬୭ ରନ କରି ବିଜୟ ହାସଲ କରିଥିଲା। ଭାରତ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୪୩ ରନ କରିଥିବାବେଳେ ଶିଖର ଧାୱନ ଓ ଶୁଭମନ ଗିଲ ୩୩ ରନ ଲେଖାଏଁ କରିଥିଲେ।

Related posts

ସେମିଫାଇନାଲରେ ପହଞ୍ଚିଲା  ଭାରତ

Odisha Sports Bureau

ବାବା ମହାକାଳଙ୍କୁ ଦର୍ଶନ କଲେ ଭାରତୀୟ ଖେଳାଳି, ପନ୍ତଙ୍କ ପାଇଁ କଲେ ପ୍ରାର୍ଥନା

Odisha Sports Bureau

ଇଂଲଣ୍ଡରେ ଲଜ୍ଜା ପରେ, ବିସିସିଆଇ ଏକ ବଡ଼ ନିଷ୍ପତ୍ତି…