More Sports

ଅଶୋକ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଓସ୍ଜା ସ୍ମରଣିକା ଉନ୍ମୋଚିତ

ଭୁବନେଶ୍ବର: ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଡକ୍ଟର ଅଶୋକ ପଟ୍ଟନାୟକଙ୍କ ୨୨ତମ ଶ୍ରାଦ୍ଧ ସଭା ଗୁରୁବାର ଅପରାହ୍ନରେ ସହିଦ ସ୍ପୋର୍ଟିଂ କ୍ଲବ୍ ଦେବାଶିଷ ମହାନ୍ତି ପ୍ରେସ୍ ବକ୍ସରେ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ପଟ୍ଟନାୟକ ଖେଳ ସାମ୍ବାଦିକ ଭାବେ ଯେତିକି ପରିଚିତ ନଥିଲେ ଜଣେ ଭଲ ମଣିଷ ଓ ତାଙ୍କ ମଣିଷ ପଣିଆ ପାଇଁ ଅଧିକ ସ୍ମରଣୀୟ ବୋଲି ବକ୍ତାମାନେ ଏହି ଅବସରରେ ପ୍ରକାଶ କରିଥିଲେ। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା) ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଶୋକ ବାବୁଙ୍କ ପାଇଁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଏକାଠି ହୋଇପାରିଛି ବୋଲି ବକ୍ତବ୍ୟ ରଖିଥିଲେ। ଅଶୋକ ପଟ୍ଟନାୟକଙ୍କ ସୁପୁତ୍ର ଅନୁପମ ପଟ୍ଟନାୟକ ପ୍ରଥମ ଥର ପାଇଁ ଏହି ଶ୍ରାଦ୍ଧ ସଭାରେ ଯୋଗ ଦେଇଥିବାରୁ ନିଜକୁ ଧନ୍ୟ ମନେ କରିଥିଲେ। ପିତାଙ୍କ ପ୍ରତି ଥିବା ଭଲପାଇବା ଓ ଶ୍ରଦ୍ଧା ସମ୍ପର୍କରେ ଅବଗତ ହେବା ପରେ ସେ ଅଭିଭୂତ ହୋଇଯାଇଥିଲେ। ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍ଜେଏଫ୍ଆଇ)ର ଉପସଭାପତି ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି କେ ରବି, ଉପସଭାପତି ହିମାଂଶୁ ପତି ମିଶ୍ର, ସମୀକ୍ଷା ପଟ୍ଟନାୟକ, ସମ୍ପାଦକ ଦେବୀ ପ୍ରସନ୍ନ ମହାନ୍ତି, ଯୁଗ୍ମ ସମ୍ପାଦକ ସୁରେଶ ସ୍ବାଇଁ, ତପନ ସ୍ବାଇଁ, କୋଷାଧ୍ୟକ୍ଷ ଦେବାଶିଷ ସୁନ୍ଦରାୟ, କାର୍ଯ୍ୟକାରୀ ସଦସ୍ୟ ସନାତନ ପାଣି, ଦୀପ୍ତି ରଂଜନ ସାମଲଙ୍କ ସହିତ ବରିଷ୍ଠ ସଦସ୍ୟ ରଜନୀକାନ୍ତ ଶତ୍ରୁଶଲ୍ୟ, ସର୍ବେଶ୍ବର ମହାନ୍ତି, ଶକ୍ତିପ୍ରକାଶ ନନ୍ଦ, ବିମଳ କୁମାର ରାଉଳ, ରଂଜନ କୁମାର ରାୟ, ଦେବୀ ପ୍ରସନ୍ନ ପାଣିଗ୍ରାହୀ, ମହେନ୍ଦ୍ର ସାହୁ, ଚକ୍ରଧର ମାଝୀ, ତୁଷାର ସେନାପତି ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଗତ ମାସର ବିଶ୍ବ କ୍ରୀଡ଼ା ସାମ୍ବାଦିକ ଦିବସ (ଜୁଲାଇ ୨) ଅବସରରେ ପ୍ରସ୍ତୁତ ଓସ୍ଜା ସ୍ମରଣିକା ଏହି ଅବସରରେ ଉନ୍ମୋଚିତ ହୋଇଥିଲା।

Related posts

ସାନିଆଙ୍କୁ GOLDEN VISA

ମାର୍ଚ୍ଚରେ ଚୟନ ହେବ ତୀରନ୍ଦାଜର ଅଲିମ୍ପିକ୍ ଦଳ

Odisha Sports Bureau

କରୋନା ପାଇଁ ବନ୍ଦ ହେବ ନାହିଁ ଟୋକିଓ ଅଲମ୍ପିକ୍ସ

Odisha Sports Bureau