More Sports

କରୋନା ପାଇଁ ବନ୍ଦ ହେବ ନାହିଁ ଟୋକିଓ ଅଲମ୍ପିକ୍ସ

(ଓଡ଼ିଶା ସ୍ପୋର୍ଟ): କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଏଭଳି ସ୍ଥିତିରେ ଏହି ଭାଇରସ୍ ଏବେ କ୍ରୀଡ଼ା ଜଗତ ଉପରେ ପ୍ରଭାବ ପକାଇଛି। କରୋନା ଭାଇରସର ଭୟ ମଧ୍ୟରେ ଚଳିତବର୍ଷ ଜୁଲାଇ ମାସରେ କ୍ରୀଡ଼ା ମହାକୁମ୍ଭ କୁହାଯାଉଥିବା ଅଲିମ୍ପିକ୍ସ ଜାପାନର ରାଜଧାନୀ ଟୋକିଓ ସହରରେ ଆୟୋଜିତ ହେବ। ତେବେ ଏଭଳି ଏକ ସଙ୍କଟପୂର୍ଣ୍ଣ ସ୍ଥିତିରେ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜିତ ହେବ କି ନାହିଁ, ସେ ନେଇ ଆଶଙ୍କା ଦେଖା ଦେଇଛି।
ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଅଲିମ୍ପିକ୍ସକୁ ବର୍ଷକ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଟ୍ରମ୍ପଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି ଏବଂ ଅଲିମ୍ପିକ୍ସର ଆୟୋଜନକୁ ନେଇ ତାଙ୍କ ଦେଶ ପ୍ରସ୍ତୁତ ଥିବା କହିଛନ୍ତି। ଶିଞ୍ଜୋ କହିଛନ୍ତି, ଅଲିମ୍ପିକ୍ସର ଆୟୋଜନ ନିର୍ଦ୍ଧାରିତ ସମୟରେ ହିଁ ହେବ।
ଆୟୋଜକ, ଜାପାନ ସରକାରଙ୍କ ଅଧିକାରୀ ଏବଂ ଆଇଓସି କହିଛି ଯେ ବର୍ତ୍ତମାନ ଅଲିମ୍ପିକ୍ସ ପ୍ରସ୍ତୁତି ସଠିକ୍ ଦିଶାରେ ଚାଲିଛି ଏବଂ ଏହାକୁ ସ୍ଥଗିତ କିମ୍ବା ବାତିଲ କରାଯିବ ନାହିଁ । ଟ୍ରମ୍ପଙ୍କ ପ୍ରସ୍ତାବ ପରେ ଆବେ ତାଙ୍କ ସହ ଫୋନରେ କଥା ହୋଇଥିଲେ। କିନ୍ତୁ ଆବେ ଟ୍ରମ୍ପଙ୍କ ସହ ଅଲିମ୍ପିକ୍ସକୁ ସ୍ଥଗିତ କରିବା ନେଇ କୌଣସି ଆଲୋଚନା କରିନାହାନ୍ତି। ସୂଚନାଯୋଗ୍ୟ, ଜାପାନରେ ଏପର୍ୟ୍ୟନ୍ତ ୭୦୦ରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଏଥିରେ ୨୧ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।

Related posts

୬୯ତମ ଜାତୀୟ ବରିଷ୍ଠ ବାସ୍କେଟ୍ ବଲ ଚାମ୍ପିୟନ୍ସିପ, ଗଞାମର ୨ ଖେଳାଳି ମନୋନୀତ

Odisha Sports Bureau

ଅଲମ୍ପିକ୍ ଆସୋସିଏସନ୍ ବିଶାଖାପାଟଣା ତରଫରୁ ବିଷମ କଟକ ଝିଅ ବି.ଭିନିଲାଙ୍କୁ ସମ୍ବର୍ଦ୍ଧନା

Odisha Sports Bureau

ଭାରତର ୧୯ ବର୍ଷୀୟ ବୈଶାଳୀ ପୂର୍ବତନ ବିଶ୍ୱ ଚାମ୍ପିୟନ ଷ୍ଟିଫାନୋଭାଙ୍କୁ ପରାସ୍ତ କରିଛନ୍ତି