Cricket

କ୍ୱାଲିଫାଏ କଲା ନ୍ୟୁଜିଲାଣ୍ଡ ; ବିଶ୍ୱକପର ପ୍ରଥମ ସେମିଫାଇନାଲରେ ସ୍ଥାନ ପକ୍କା କରିଛି ନ୍ୟୁଜିଲାଣ୍ଡ

ବ୍ୟୁରୋ : ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପକୁ ମିଳିସାରିଛି ନିଜର ପ୍ରଥମ ସେମିଫାଇନାଲ ଦଳ । ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ଟିମ୍ ଆର୍ୟଲ୍ୟାଣ୍ଡକୁ ହରାଇବା ପରେ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ନ୍ୟୁଜିଲାଣ୍ଡ । ତେବେ ଆର୍ୟଲ୍ୟାଣ୍ଡକୁ ନ୍ୟୁଜିଲାଣ୍ଡ ୩୫ ରନରେ ହରାଇବା ପରେ ଦଳର ରନ ରେଟ୍ ବହୁତ ଉପରେ ରହିଛି । ଏଥିସହିତ ଗ୍ରୁପ-୧ରୁ ପ୍ରଥମ ଦଳ ଭାବେ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପହିଞ୍ଚିଛି । ତେବେ ଗ୍ରୁପ-୧ରୁ ସେମିଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ପରେ କେଉଁ ଦଳ ସେମିଫାଇନାଲରେ ପହଞ୍ଚିବ ତାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ ।

ତେବେ ଇଂଲଣ୍ଡ- ଅଷ୍ଟ୍ରେଲିଆ ଭିତରୁ ଗୋଟିଏ ଦଳ ସେମିଫାଇନାଲରେ ପହଞ୍ଚିପାରେ । ଯଦି ଆଫଗାନିସ୍ତାନ ନିକଟରୁ ଅଷ୍ଟ୍ରେଲିଆ ହାରିଯାଏ, ତେବେ ଇଂଲଣ୍ଡ-ଶ୍ରୀଲଙ୍କା ମ୍ୟାଚରେ ଯେଉଁ ଦଳ ବିଜୟ ହାସଲ କରିବ ସେହି ଦଳ ସେମିଫାଇନାଲ ପାଇଁ ସ୍ଥାନ ପକ୍କା କରିବ । ତେଣୁ ଏଭଳି ସ୍ଥିତିରେ ଗ୍ରୁପ-୧ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ପାଇଁ ସେମିଫାଇନାଲ ରାସ୍ତା ଖୋଲାଅଛି ।

Related posts

ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କର ପରଲୋକ

Odisha Sports Bureau

ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଅଭ୍ୟାସ ଆରମ୍ଭ କଲେ ଗିଲ୍

Odisha Sports Bureau

ରାହାନେଙ୍କୁ ମୁମ୍ବାଇର ରଣଜୀ ଦଳର ଅଧିନାୟକ ଭାବେ ନିଯୁକ୍ତ

Odisha Sports Bureau