Cricket

କ୍ୱାଲିଫାଏ କଲା ନ୍ୟୁଜିଲାଣ୍ଡ ; ବିଶ୍ୱକପର ପ୍ରଥମ ସେମିଫାଇନାଲରେ ସ୍ଥାନ ପକ୍କା କରିଛି ନ୍ୟୁଜିଲାଣ୍ଡ

ବ୍ୟୁରୋ : ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପକୁ ମିଳିସାରିଛି ନିଜର ପ୍ରଥମ ସେମିଫାଇନାଲ ଦଳ । ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ଟିମ୍ ଆର୍ୟଲ୍ୟାଣ୍ଡକୁ ହରାଇବା ପରେ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ନ୍ୟୁଜିଲାଣ୍ଡ । ତେବେ ଆର୍ୟଲ୍ୟାଣ୍ଡକୁ ନ୍ୟୁଜିଲାଣ୍ଡ ୩୫ ରନରେ ହରାଇବା ପରେ ଦଳର ରନ ରେଟ୍ ବହୁତ ଉପରେ ରହିଛି । ଏଥିସହିତ ଗ୍ରୁପ-୧ରୁ ପ୍ରଥମ ଦଳ ଭାବେ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପହିଞ୍ଚିଛି । ତେବେ ଗ୍ରୁପ-୧ରୁ ସେମିଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ପରେ କେଉଁ ଦଳ ସେମିଫାଇନାଲରେ ପହଞ୍ଚିବ ତାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ ।

ତେବେ ଇଂଲଣ୍ଡ- ଅଷ୍ଟ୍ରେଲିଆ ଭିତରୁ ଗୋଟିଏ ଦଳ ସେମିଫାଇନାଲରେ ପହଞ୍ଚିପାରେ । ଯଦି ଆଫଗାନିସ୍ତାନ ନିକଟରୁ ଅଷ୍ଟ୍ରେଲିଆ ହାରିଯାଏ, ତେବେ ଇଂଲଣ୍ଡ-ଶ୍ରୀଲଙ୍କା ମ୍ୟାଚରେ ଯେଉଁ ଦଳ ବିଜୟ ହାସଲ କରିବ ସେହି ଦଳ ସେମିଫାଇନାଲ ପାଇଁ ସ୍ଥାନ ପକ୍କା କରିବ । ତେଣୁ ଏଭଳି ସ୍ଥିତିରେ ଗ୍ରୁପ-୧ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ପାଇଁ ସେମିଫାଇନାଲ ରାସ୍ତା ଖୋଲାଅଛି ।

Related posts

ଇଶାନ–ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଇନିଂସ୍, ନ୍ୟୁଜିଲାଣ୍ଡ୍‌କୁ ହରାଇ ୨–୦ରେ ଆଗୁଆ ଭାରତ

Odisha Sports Bureau

ରୋମାଞ୍ଚକର ସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟ

Odisha Sports Bureau

ମହିଳା ଦିନିକିଆ ବିଶ୍ୱକପ, ପ୍ରଥମ ବିଜୟ ହାସଲ କଲା ନ୍ୟୁଜିଲାଣ୍ଡ

Odisha Sports Bureau