Football

ଫିଫା ବିଶ୍ୱକପ୍ : ଆଜିଠାରୁ ନକ୍ ଆଉଟ ରାଉଣ୍ଡ

ଦୋହା : ଆରମ୍ଭ ହେବାକୁ ଯାଉଛି ଚଳିତ କତାର ଫିଫା ବିଶ୍ୱକପ୍ରେ ଶନିବାରଠୁ ନକ୍ ଆଉଟ୍ (ରାଉଣ୍ଡ-୧୬) ପର୍ୟ୍ୟାୟ । ବିଜୟୀ ଦଳ ଏହି ପର୍ଯ୍ୟାୟର କ୍ୱାର୍ଟର ଫାଇନାଲ୍ରେ କରିବେ ପ୍ରବେଶ ।ପରାଜିତ ଦଳଙ୍କ ଅଭିଯାନ ଶେଷ ହେବ । ରାଉଣ୍ଡ୍-୧୬ର ପ୍ରଥମ ମ୍ୟାଚ୍ ନେଦରଲାଣ୍ଡ୍ସ ଓ ୟୁଏସଏ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ରେ ବିଜୟ ସମ୍ଭାବନା ୫୦ପ୍ରତିଶତ ନେଦରଲାଣ୍ଡ୍ସର ଏବଂ ୟୁଏସଏର ୨୨ ପ୍ରତିଶତ ରହିଛି । ୧୯୯୮ରୁ ୨୦୧୦ ମଧ୍ୟରେ ନେଦରଲାଣ୍ଡ୍ସ ୪ଟି ମ୍ୟାଚ୍ ଜିତିଥିଲା । ୨୦୧୫ରେ ଅନୁଷ୍ଠିତ ମ୍ୟାଚରେ ଆମେରିକା ବିଜୟ ହାସଲ କରିଥିଲା । ବିଶ୍ୱକପ୍ରେ ଉଭୟ ଦଳ ପରସ୍ପରକୁ ପ୍ରଥମ କରି ଭେଟିବେ । ପୂର୍ବରୁ ଉଭୟଙ୍କ ମଧ୍ୟରେ ୫ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା । ୟୁରୋପୀୟ ଦେଶ ବିପକ୍ଷରେ ଆମେରିକା ଶେଷ ୧୧ଟି ବିଶ୍ୱକପ ମ୍ୟାଚ୍ ଜିତିପାରି ନାହିଁ । ୨୦୦୨ ବିଶ୍ୱକପ୍ରେ ଆମେରିକା ୩-୨ ଗୋଲ୍ରେ ପର୍ତ୍ତୁଗାଲକୁ ହରାଇଥିଲା । ଏହାପରେ ଦଳ ୟୁରୋପୀୟ ଦେଶ ବିପକ୍ଷରେ ୫ଟି ମ୍ୟାଚ ପରାଜିତ ହୋଇଛି ଓ ୬ଟି ମ୍ୟାଚ ଜିତିଛି । ୭ଟି ମ୍ୟାଚ୍ ଜିତିଥିବାବେଳେ ୩ଟି ମ୍ୟାଚ ଡ୍ର’ ରହିଛି । କୋଚ ଲୁଇସ ଭାନ ଗାଲଙ୍କ ଅଧିନରେ ନେଦରଲାଣ୍ଡସ ବିଶ୍ୱକପରେ ୧୦ଟି ମ୍ୟାଚ ଅପରାଜେୟ ରହିଛି ।

Related posts

ଏଏଫସି ଅଣ୍ଡର ୧୬ ଫୁଟବଲ ଚମ୍ପିଆନସିପ୍ ରେ ତୁର୍କମେନୀସ୍ତାନଙ୍କୁ ପରାସ୍ତ କଲା ଭାରତ

Odisha Sports Bureau

ଶ୍ରଦ୍ଧାଞ୍ଜଳି ହେଲେ ଜାତୀୟ ମହିଳା ଫୁଟବଲ୍ ଦଳର ସହ ପ୍ରଶିକ୍ଷିକା

ବଳକାନ ଆଥଲେଟ ପୁରସ୍କାର ପାଇଲେ ମୋଡ୍ରିଚ୍

Odisha Sports Bureau