Cricket

ବାଂଲାଦେଶ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଝଟକା

ଭୁବନେଶ୍ୱର: ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହେବ ବାଂଲାଦେଶ-ଭାରତ ଦିନିକିଆ ସିରିଜ୍ । ୩ଟି ଓ୍ବାନଡେ ସହିତ ୨ଟି ଟେଷ୍ଟ ମ୍ୟାଚ୍ ଖେଲାଯିବ । ହେଲେ ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ସମସ୍ୟା ବଢିଛି । ଟିମ୍ ଇଣ୍ଡିଆକୁ ଲାଗିଛି ଝଟକା । ଦଳରୁ ବାଦ ପଡିଛନ୍ତି ପେସ ବୋଲର ମହମ୍ମଦ ସାମି । ତେବେ ବାଂଲାଦେଶ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଏଭଳି ଝଟକା ଲାଗିଛି । ହାତରେ ଆଘାତ ଲଗିଥିବାରୁ ମ୍ୟାଚ୍ ଖେଳିବା ସମ୍ଭାବନା କମ୍ ରହିଛି । ମହମ୍ମଦ ସାମି ଉଭୟ ଓ୍ବେନଡେ’ ଓ ଟେଷ୍ଟ ଟିମ୍ରୁ ବାହାର ହୋଇଯାଇଛନ୍ତି । ମାତ୍ର ଏନେଇ ବିସିସିଆଇ ତରଫରୁ କୌଣସି ସୂଚନା ଦିଆଯାଇନାହିଁ ।ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ପରେ ଟ୍ରେନିଂ ସମୟରେ ଆହତ ହୋଇଥିଲେ ସାମି ।

ଦଳରେ ମହମ୍ମଦ ସିରାଜ୍, ଦୀପକ ଚହର, ସର୍ଦୁଲ ଠାକୁର ଓ କୁଲଦୀପ ସେନ୍ ଆଦି ପେସ୍ ବୋଲର ରହିଥିବାରୁ ସାମିଙ୍କ ସ୍ଥାନରେ ଅନ୍ୟ କାହାକୁ ସୁଯୋଗ ମିଳିବା ସମ୍ଭାବନା ରହିଛି ।ବାଂଲାଦେଶ ବିରୋଧରେ ଡିସେମ୍ବର ୪ତାରିଖରେ ଢାକାରେ ଖେଳାଯିବ ପ୍ରଥମ ଓ୍ବାନଡେ ମ୍ୟାଚ୍ । ୭ତାରିଖରେ ଦ୍ବିତୀୟ ମ୍ୟାଚ୍ ଓ ୧୦ରେ ତୃତୀୟ ଦିନିକିଆ ଖେଳାଯିବ । ଏହା ପରେ ଡିସେମ୍ବର ୧୪ତାରିଖରୁ ଆରମ୍ଭ ହେବ ପ୍ରଥମ ଟେଷ୍ଟ । ସେହିପରି ୨୨ ତାରିଖରୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ ।

 

Related posts

୧୭ ବର୍ଷୀୟ ଲକ୍ଷ୍ୟ ରାଇଚନ୍ଦାନିଙ୍କ ବ୍ୟାଟ୍ ଅପ୍ରତିରୋଧ

Odisha Sports Bureau

ଅଷ୍ଟ୍ରେଲୀୟ ଖେଳାଳିଙ୍କ ସାମ୍ନାରେ ନାଚୁଥିବାର ନଜର ଆସିଲେ ନାଚିଲେ କୋହଲି

Odisha Sports Bureau

Csk ଠାରୁ ପରାସ୍ତ ହେବା ପରେ ଏମଏସ ଧୋନିଙ୍କ ସହ ଏକ ହୃଦୟସ୍ପର୍ଶୀ ଫଟୋ ସେୟାର କଲେ ବିରାଟ କୋହଲି

Odisha Sports Bureau