Football

ପେଲେଙ୍କ ଶୋକ ଉତ୍ସବରେ ସାମିଲ ହେଲେ କୋଲକତାର ୩ ପ୍ରତିଦ୍ୱନ୍ଦୀ କ୍ଲବ

କୋଲକାତା : ଭୂପୃଷ୍ଠର ମହାନତମ ଫୁଟ୍ବଲର୍ ପେଲେଙ୍କ ପାଇଁ କୋଲ୍କାତାରେ ଶୋକ ଉତ୍ସବ ପାଳିତ ହୋଇଛି । ଏହି ପୁରାତନ ଭାରତୀୟ ନଗରୀର ୩ ଚରମ ପ୍ରତିଦ୍ୱନ୍ଦୀ  ଫୁଟବଲ କ୍ଲବ୍ ମୋହନ ବାଗାନ, ଇଷ୍ଟ୍ ବେଙ୍ଗଲ, ମହମ୍ମଡାନ ସ୍ପୋର୍ଟିଂ ଅତୀତର ତିକ୍ତତାକୁ ପଛରେ ପକାଇ ‘କିଙ୍ଗ୍ ପେଲେ’ଙ୍କ ପାଇଁ ମିଳିତ ଶୋକ ଉତ୍ସବରେ ସାମିଲ ହୋଇଛନ୍ତି। ୪୫ ବର୍ଷ ତଳେ ପେଲେ ମଧ୍ୟ ପ୍ରଥମ ଥର ଏହି ସହରକୁ ଆସି ଏଠାରେ ଫୁଟ୍ବଲ୍ ମାହୋଲ୍ ବନାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ୩ ଥର ବିଶ୍ବକପ୍ ବିଜେତା ପେଲେ ଏକଦା ମୋହନ ବାଗାନ ବିପକ୍ଷରେ କୋଲକାତାରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳିଥିଲେ। ଏହି ସମ୍ପୃକ୍ତି କାରଣରୁ ଶୁକ୍ରବାର ମୋହନ ବାଗାନ୍ ‘କଳା ଦିବସ’ ପାଳନ କରିଛି। ମୋହନ ବାଗାନ ମଧ୍ୟ ନିଜ ପତାକାକୁ ଅର୍ଦ୍ଧନମିତ କରିବା ପରେ ଅନ୍ୟ ଦୁଇ କ୍ଲବ୍ ଇଷ୍ଟ୍ ବେଙ୍ଗଲ୍ ଓ ମହମ୍ମଡାନ୍ ସ୍ପୋର୍ଟିଂ ଏହାକୁ ଅନୁସରଣ କରିଛନ୍ତି। ଖୁବ୍ ଶୀଘ୍ର କ୍ଲବ୍ ପରିସରରେ ଏକ ‘ପେଲେ ଗେଟ୍’ ମଧ୍ୟ ପ୍ରସ୍ତୁତ ହେବ ବୋଲି ମୋହନ ବାଗାନ ସମ୍ପାଦକ ଦେବାଶିଷ ଦତ୍ତ ପ୍ରକାଶ କରିଛନ୍ତି। ଏହା ଖୁବ ଶୀଘ୍ର ସାଧାରଣ ଦର୍ଶକଙ୍କ ପାଇଁ ମଧ୍ୟ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି।

Related posts

ଏସୀୟ କ୍ରିଡାରେ ବାଂଲାଦେଶକୁ ୧-୦ରେ ପରାସ୍ତ କଲା ଭାରତ

Odisha Sports Bureau

ଓଡ଼ିଶାରେ ବଣ୍ଟନ ହେବ ୪୩ହଜାର ଫୁଟବଲ: ମୁଖ୍ୟମନ୍ତ୍ରୀ

Odisha Sports Bureau

ଫିଫା ଅଧକ୍ଷ ଜିଆନି ଇନଫାଣ୍ଟିନୋଙ୍କୁ କରୋନା

Odisha Sports Bureau