Football

ଏସଏଏଫଏଫ୍ ୟୁ-୧୮: ‘ଡ୍ର’ରେ ଶେଷ ହେଲା ଭାରତ-ବାଙ୍ଗଲାଦେଶ ମୁକାବିଲା

(ଓଡିଶା ସ୍ପୋର୍ଟସ): ସେଫ୍ ଅଣ୍ଡର-୧୮ ଫୁଟବଲ ଚମ୍ପିଆନସିପ୍ ର ମୁକାବିଲାରେ ଭାରତକୁ ସୋମବାର ଦିନ ବାଙ୍ଗଲାଦେଶ ଗୋଲ୍ କରି ମ୍ୟାଚକୁ ‘ଡ୍ର’ରେ ରଖିଥିଲା । ମ୍ୟାଚ୍ ଆରମ୍ଭରୁ ଭାରତୀୟ ଟିମ୍ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା, କିନ୍ତୁ ୯ମିନିଟ ସମୟରେ ଗୋଲକିପର ପ୍ରଭସୁକାନ ସିଂହଙ୍କୁ ଆଘାତ ଲାଗିବା କାରଣରୁ କୋଚ୍ ବାଧ୍ୟ ହୋଇ ପିଣ୍ଟୋଙ୍କୁ ଗୋଲ କିପର କରିଥିଲେ । ବାଙ୍ଗଲାଦେଶର ରକ୍ଷାପଂକ୍ତିର ଖେଳାଳୀମାନଙ୍କ ଭଲ ତାଳମେଳ କାରଣରୁ ଭାରତୀୟ ଅଗ୍ରୀମ ପଂକ୍ତିକୁ ଗୋଲରେ ପରିଣତ କରିବାରେ ଅସୁବିଧା ହୋଇଥିଲା । ଅବଶ୍ୟ ଭାରତୀୟ ଟିମ୍ ପାଖରେ ମ୍ୟାଚର ୩୬ତମ ମିନିଟରେ ଗୋଲ କରିବାର ସୁଯୋଗ ମିଳିଥିଲା କିନ୍ତୁ ସୁମିତ ରାଠିଙ୍କ ଅଣ୍ଡର ଗୋଲ ପୋଷ୍ଟର ଠିକ୍ ଉପରେ ଚାଲିଯାଇଥିଲା । ମଧ୍ୟାହ୍ନ ପରେ ମଧ୍ୟ ମ୍ୟାଚରେ ଭାରତୀୟ ଟିମ୍ ମଜଭୁତ ସହିତ ପଡିଆରେ ରହିଥିଲା, କିନ୍ତୁ ୧୦ଜଣ ଖେଳାଳୀଙ୍କ ସହିତ ଖେଳୁଥିବା ବାଙ୍ଗଲାଦେଶ ବିରୁଦ୍ଧରେ ଗୋଲ କରିପାରି ନଥିଲା ।

Related posts

ବ୍ରାଜିଲ – ଆର୍ଜେଣ୍ଟିନା ଫୁଟବଲ ମ୍ୟାଚରେ ଦର୍ଶକ ପିଟାପିଟି , ଖେଳିବେନି କହିଲେ ଦର୍ଶକ

Odisha Sports Bureau

କ୍ରୀଡାର ବିକାଶ ପାଇଁ ଅଣ୍ଟା ଭିଡିଲା ଆଳି ଆଥଲେଟିକ ଆସୋସିଏସନ

Odisha Sports Bureau

ଲେବାନନ୍କୁ ହରାଇ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଜିତିଲା ଭାରତ; ୧ କୋଟି ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ