More Sports

ଅମିତ,ମନିଷଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ା ମନ୍ତ୍ରୀ

(ଓଡିଶା ସ୍ପୋର୍ଟସ ):  ରୁଷର ଏକାଟେରିନାବର୍ଗର ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପରେ ଅମିତ୍ ପଙ୍ଘାଲ ରୌପ୍ୟ ପଦକ ଓ ମନିଷ କୌଶିକ୍ ବ୍ରୋଞ୍ଜ ପଦକ ପଦକ ଜିତିଥିଲେ । ତେଣୁ ସୋମବାର ଦିନ କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ପଙ୍ଘାଲ (୫୨ କେଜି)ଙ୍କୁ ୧୪ ଲକ୍ଷ ଟଙ୍କା ଏବଂ ୬୩ କେଜି ବର୍ଗରେ କୌଶିକଙ୍କୁ ୮ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ।
ପଙ୍ଘାଲ ଓ କୌଶିକଙ୍କୁ ସମ୍ମାନିତ କରିବା ଅବସରରେ କ୍ରୀଡ଼ାମନ୍ତ୍ରୀ ରିଜିଜୁ କହିଥିଲେ, “ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପରେ ଭାରତର ସର୍ବଶ୍ରେଷ୍ଠ କରିଥିବାରୁ ମୁଁ ବହୁତ ଖୁସି। ମୋ ମତରେ ବକ୍ସିଂରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ। ଯେଉଁମାନେ କ୍ୱାର୍ଟରଫାଇନାଲ୍ ପର୍ୟ୍ୟନ୍ତ ପହଞ୍ଚିଥିଲେ, ସେମାନଙ୍କୁ ମୋର ଶୁଭେଚ୍ଛା। ଆସନ୍ତାବର୍ଷ ଅଲିମ୍ପିକ୍ ହେବ ଏବଂ ଏହି ପଦକ ଦର୍ଶାଉଛି ଯେ ଭାରତ ଟୋକିଓ ଗେମ୍ସ ପାଇଁ ପ୍ରସ୍ତୁତ। ଟୋକିଓ ଗେମ୍ସ ପାଇଁ ପ୍ରସ୍ତୁତି କରୁଥିବା ସବୁ ଖେଳାଳିଙ୍କୁ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଉଛି।”
ଦ୍ୱିତୀୟ ସିଡ୍ ପ୍ରାପ୍ତ ୨୪ ବର୍ଷୀୟ ପଙ୍ଘାଲ ପ୍ରଥମ ଭାରତୀୟ ପୁରୁଷ ବକ୍ସର ଭାବେ ଏହି ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ଏହା ପୂର୍ବରୁ ସେ ୨୦୧୮ରେ ଏସିଆନ୍ ଗେମ୍ସ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଚଳିତବର୍ଷ ମଧ୍ୟ ସେ ଏସିଆନ ଚାମ୍ପିୟନଶିପରେ ମଧ୍ୟ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ।
ସେହିପରି ୨୩ ବର୍ଷୀୟ କୌଶିକ୍ ପ୍ରଶଂସନୀୟ ପ୍ରଦର୍ଶନ କରି ୱାର୍ଲ୍ଡ ଚାମ୍ପିୟନଶିପର ପ୍ରି-କ୍ୱାର୍ଟରଫାଇନାଲରେ ଚତୁର୍ଥ ସିଡ୍ ଏବଂ ଏସିଆନ୍ ଗେମ୍ସ ରୌପ୍ୟ ପଦକ ବିଜେତା ବାଟାସୁଖିନ୍ ଚିନଜୋରିଗଙ୍ଗୁ ହରାଇଥିଲେ। ତେବେ ସେମିଫାଇନାଲରେ ସେ ଟପ୍ ସିଡ୍ ଆଣ୍ଡି କ୍ରୁଜ୍ ଗୋମେଜଙ୍କଠାରୁ ହାରିଯାଇଥିଲେ।

Related posts

ମେସି,ରାପିନୋ ଫିଫା ସର୍ବଶ୍ରେଷ୍ଠ ଖେଳାଳି

Odisha Sports Bureau

୧୦ରୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା

Odisha Sports Bureau

ରାଜ୍ୟ ଓପନ୍‌ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତା 

Odisha Sports Bureau