Badminton

ଅନ୍ତରାଷ୍ଟ୍ରିୟ ଫର୍ଚ୍ୟୁନ୍ ବ୍ୟାଡମିଣ୍ଟନ ସିରିଜର ଟାଇଟଲ୍ ଜିତିଲେ ମାଲବିକା

(ଓଡିଶା ସ୍ପୋର୍ଟସ): ଭାରତୀୟ ଯୁବା ବ୍ୟାଡମିଣ୍ଟନ ଖେଳାଳୀ ମାଲବିକା ବଂସୋଡ ମିଅାଁମାରର ଶ୍ରେଷ୍ଠ ଖେଳାଳୀ ଥେଟ ହତାର ତୁଜାରଙ୍କୁ ସିଧା ଗେମରେ ପରାଜିତ କରି ମାଲଦିପ ଅନ୍ତରାଷ୍ଟ୍ରିୟ ଫର୍ଚ୍ୟୁନ୍ ବ୍ୟାଡମିଣ୍ଟନ ସିରିଜର ଟାଇଟଲ ନିଜ ନାମରେ କରିଛନ୍ତି । ମାଲବିକାଙ୍କ ଏହା ପ୍ରଥମ ଅନ୍ତଃରାଷ୍ଟ୍ରିୟ ଟ୍ରଫି ଅଟେ । ଭାରତ ପାଇଁ ଗୌରବ ଆଣିଥିବା ମାଲବିକା ଫାଇନାଲରେ ତୁଜାରଙ୍କୁ ୩୧ ମିନିଟରେ ୨୧-୧୩, ୨୧-୧୧ସେଟରେ ପରାଜିତ କରିଛନ୍ତି । ଅନ୍ୟ ଭାରତୀୟମାନଙ୍କ ମଧ୍ୟରେ ପୁରୁଷ ଏକକ ବିଭାଗରେ ଶିର୍ଷ ସ୍ଥାନରେ ଥିବା କେବିନ୍ ଅରୋକିୟା ଭାଲଟର ଫାଇନାଲରେ ଥାଇଲାଣ୍ଡର ଦ୍ୱିତୀୟ ସ୍ଥାନରେ ଥିବା କେଣ୍ଟାଭାଲ ଲିଲାଭେଚାବୁତ୍ରଙ୍କ ଠାରୁ ୧୩-୨୧, ୧୪-୨୧ରେ ପରାଜିତ ହୋଇଛନ୍ତି । ଭୈବଭ ଏବଂ ପ୍ରକାଶ ରାଜଙ୍କ ଦ୍ୱିତୀୟ ସ୍ଥାନରେ ଥିବା ଯୋଡି ଥାଇଲାଣ୍ଡର ପକ୍କାପୋନ ତିରୁରାସତକୁଲ ଏବଂ ପେନିତଚାପୋନଙ୍କୁ ୨୬ ମିନିଟ୍ ରେ ୨୧-୧୬, ୨୧-୧୫ରେ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି ।

Related posts

ବ୍ୟାଡମିଣ୍ଟନ ଖେଳକୁ ବାଏ ବାଏ କଲେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ଲି

Odisha Sports Bureau

ୱାଲର୍ଡ ଟୁରର ପ୍ରଥମ ପର୍ଯ୍ୟାୟରେ ପାରସ୍ତ ହେଲେ ସିନ୍ଧୁ

Odisha Sports Bureau

ମାଲେସିଆ ଓପନ୍ ସୁପର ୧୦୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କଲେ ପି. ଭି. ସିନ୍ଧୁ

Odisha Sports Bureau