Badminton

ଜାପାନ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ପ୍ରମୋଦ ଭଗତ

ଜାପାନରେ ଖେଳାଯାଇଥିବା ହୁଲିକ ଦୈହାତସୁ ଜାପାନ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ଓଡ଼ିଆ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ନଭେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ପ୍ରମୋଦ ପୁଣି ଥରେ ନିଜ ଆଧିପତ୍ୟ ଜାରି ରଖି  ଏସଏଲ୍‌-୩ର ଏକକ, ଏସ୍‌ଏଲ୍୩-ଏସ୍‌ୟୁ୫ର ମିଶ୍ରିତ ଏବଂ ଏସ୍‌ଏଲ୍୩-ଏସ୍‌ଏଲ୍୪ର ଯୁଗଳରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

ପ୍ରତିଯୋଗିତାରେ ପ୍ରମୋଦ ପୁରୁଷ ଏକକ ଏସ୍‌ଏଲ-୩ର ଫାଇନାଲରେ ଜାପାନର ଦାଇସୁକୁ ଫୁଜିହାରାଙ୍କୁ ୧୭-୨୧, ୨୧-୧୯ ଓ ୨୧-୧୦ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ଯୁଗଳ ଏସ୍‌ଏଲ-୩ ଓ ଏସ୍‌ଏଲ-୪ ଫାଇନାଲରେ ପ୍ରମୋଦ ଭଗତ- ସୁକାନ୍ତ କାଦମ୍ବ ଯୋଡ଼ି ୨୧-୧୭,୧୮-୨୧ ଓ ୨୧-୧୬ରେ ଅନ୍ୟତମ ଭାରତୀୟ ଯୋଡ଼ି ନବୀନ ଶିବକୁମାର- ଜଗଦୀଶ ଦିଲ୍‌ ଯୋଡ଼ିଙ୍କୁ ପରାସ୍ତ କରି ସ୍ବର୍ଣ୍ଣପଦକ ଜିତିଛନ୍ତି। ମିଶ୍ରିତ ଯୁଗଳ ଏସ୍‌ଏଲ-୩ ଓ ଏସ୍‌ୟୁ-୫ ଫାଇନାଲରେ ପ୍ରମୋଦ ଭଗତ- ମନୀଷା ରାମଦାସ ଯୋଡ଼ି ୨୧-୧୯ ଓ ୨୧-୧୯ରେ ନୀତୀଶ କୁମାର -ତୁଳସୀମାଥି ମୁରୁଗାସେନ ଯୋଡ଼ିଙ୍କୁ ପରାସ୍ତକରି ସ୍ବର୍ଣ୍ଣ ପଦକ ଜିତିଛନ୍ତି।

Related posts

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତରେ ପ୍ରମୋଦଙ୍କୁ ଦ୍ବିମୁକୁଟ

ଅଷ୍ଟ୍ରେଲିଆନ୍ ଓପନ୍ ସୁପର୍ ୫୦୦ର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍

Odisha Sports Bureau

ସାଇନା ନେହୱାଲ କରୋନା ପଜିଟିଭ୍

Odisha Sports Bureau