Football

ଗାରେଥ ବାଲେ ଆଜି ଫୁଟବଲକୁ ଅଲବିଦା କହିଛନ୍ତି

କାର୍ଡିଫ: ବିଶ୍ୱ ଫୁଟୁବଲର ପରିଚିତ ଚେହେରା ଗାରେଥ ବାଲେ ଆଜି ଫୁଟବଲକୁ ଅଲବିଦା କହିଛନ୍ତି । ହଠାଥ୍ ନିଜର ପ୍ରିୟ ଖେଳକୁ ନିଜେ ବିଦୟ ଦେଇଛନ୍ତି । ଗାରେଥ ଫୁଟୁବଲର କ୍ଲବ ଓ ଅନ୍ତର୍ଜାତୀୟ ସ୍ତରରୁ ଅବସର ଘୋଷଣା କରିଛନ୍ତି। ନିକଟରେ ଶେଷ ହୋଇଥିବା ଫିଫା ଫୁଟବଲ ବିଶ୍ୱକପରେ ୩୩ ବର୍ଷୀୟ ବାଲେଙ୍କୁ ଦେଖିବାକୁ ମିଳିଥିଲା। ହେଲେ ତାଙ୍କ ଦଳ ୱେଲ୍ସ ଗ୍ରୁପ ପର୍ୟ୍ୟାୟରୁ ଆଗକୁ ଯାଇ ପାରି ନଥିଲା। ବିଶ୍ୱକପ ସରିବାର କିଛି ଦିନ ପରେ ହିଁ ବାଲେ ଫୁଟବଲରୁ ନିଜେ ବିଦାୟ ନେଇଛନ୍ତି । କାର୍ଡିଫରେ ଜନ୍ମିତ ବାଲେ ବିଶ୍ୱକପର ୩ଟି ମ୍ୟାଚ୍ ଖେଳି ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲେ। ବାଲେଙ୍କ ଚମକ ଫିକା ପଡ଼ିବା ସହ ୱେଲ୍ସ ମଧ୍ୟ ୩ଟି ମ୍ୟାଚ୍ରୁ ଦୁଇଟିରେ ହାରିଥିଲା। ଏଥିପାଇଁ ଦଳକୁ ଗ୍ରୁପ ପର୍ୟ୍ୟାୟରୁ ହିଁ ବିଦା ହେବାକୁ ପଡ଼ିଥିଲା। ପ୍ରଫେସନାଲ ଫୁଟବଲକୁ ଅଲବିଦା ସମ୍ପର୍କରେ ବାଲେ ନିଜ ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ସେ ଏତେ ଦିନ ଫୁଟବଲ ଖେଳିବାକୁ ସୁଯୋଗ ପାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ନିଜର ପରିବାର,ମ୍ୟାନେଜର ଓ ଅନ୍ୟ ସାଥୀ ଖେଳାଳିମାନଙ୍କୁ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି।

Related posts

ଚେନ୍ନାଇନକୁ ହରାଇଲା ଏଟିକେ

Odisha Sports Bureau

ମାର୍କସ ଥୁରମଙ୍କୁ ଜୋରିମନା

Odisha Sports Bureau

କଳିଙ୍ଗ ଷ୍ଟାଡିୟମରେ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

Odisha Sports Bureau