Cricket

ଦିନିକିଆ ସିରିଜରୁ ବାଦ୍‌ ପଡିଲେ ଷ୍ଟାର ବୋଲର ଜସପ୍ରୀତ ବୁମରା

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ ଝଟକା । ଦିନିକିଆ ସିରିଜରୁ ବାଦ୍‌ ପଡିଲେ ଷ୍ଟାର ବୋଲର ଜସପ୍ରୀତ ବୁମରା । ଖେଳିବେ ବୋଲି ବିସିସିଆଇ ଟ୍ବିଟ କରି ସୂଚନା ଦେଇଥିଲା। ହେଲେ ଏବେ ବିସିସିଆଇ ନିଜ ନିଷ୍ପତ୍ତି ବଦଳାଇଛି। ଜସପ୍ରୀତ ବୁମରାଙ୍କ ପିଠିରେ ସମସ୍ୟା ହେତୁ ତାଙ୍କୁ ଏତେ ଶୀଘ୍ର ମଇଦାନକୁ ଆଣିବା ଉଚିତ୍ ହେବ ନାହିଁ ବୋଲି ବିସିସିଆଇ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି।

ପୂର୍ବରୁ ଏସିଆ କପ୍ ୨୦୨୨ରେ ପିଠିରେ ସମସ୍ୟା ହେତୁ ବାଦ୍ ପଡିଥିବା ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ତରବରିଆ ଭାବେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ସାମିଲ କରାଯାଇଥିଲା କିନ୍ତୁ ପରେ ଏହି ସମସ୍ୟା ଜଟିଳ ହେବାରୁ ସେ ଟି-୨୦ ବିଶ୍ୱକପରୁ ବାଦ ପଡିଥିଲେ। ଏବେ ସେଭଳି ଭୁଲ ନକରି ବିସିସିଆଇ ତାଙ୍କୁ ବିଶ୍ରାମ ଦେବାକୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ସାମିଲ କରୁନଥିବା କୁହାଯାଉଛି। ବୁମରା ନ୍ୟୁଜିଲାଣ୍ଡ ବିପକ୍ଷରେ ୧୮ ଜାନୁଆରୀରେ ହେବାକୁ ଥିବା ସୀମିତ ଓଭର ସିରିଜରେ ଖେଳିପାରନ୍ତି ।

Related posts

୨୦୨୫ IPL : ଅଜିଙ୍କ୍ୟ ରାହାଣେ ହେଲେ କେକେଆର ଅଧିନାୟକ

ବିଶ୍ୱକପ ପୂର୍ବରୁ ଅପଗ୍ରେଡ଼ ହେବ ୭ଟି ଷ୍ଟାଡିୟମ, ପ୍ରତି ଷ୍ଟାଡିୟମକୁ ୫୦ କୋଟି ଟଙ୍କା ଦେବ ବିସିସିଆଇ

ରୋହିତ ଓ ଦ୍ରାବିଡ଼ଙ୍କ ଚିନ୍ତା ବଢାଇଲେ ଅଶ୍ୱିନ 

Odisha Sports Bureau