Cricket

ଖେଳରୁ ବାଦ୍ ପଡିଲେ ବୁମ୍ରା !

ନୂଆଦିଲ୍ଲୀ: ଖେଳରୁ ବାଦ୍ ପଡିଲେ ବୁମ୍ରା । ଅନ୍ତର୍ଜାତୀୟ କ୍ରିକେଟକୁ ଯଶପ୍ରୀତ ବୁମ୍ରାଙ୍କ ଆଗମନ ଆହୁରି ହେବ ବିଳମ୍ବ । ପିଠି ଯନ୍ତ୍ରଣା ଯୋଗୁ ୨୦୨୨ ସେପ୍ଟେମ୍ବର ମାସରୁ କ୍ରିକେଟରୁ ଦୂରେଇ ଥିବା ବୁମ୍ରା ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ପ୍ରତ୍ୟାବର୍ତ୍ତନ କରିଥାଆନ୍ତେ। ତେବେ ଦିନିକିଆ ସିରିଜ୍ର ଗୋଟିଏ ଦିନ ଆଗରୁ ସେ ମ୍ୟାଚ୍ ଖେଳିବାକୁ ସଂପୂର୍ଣ୍ଣ ଫିଟ ହୋଇ ନଥିବା ଜଣାପଡ଼ିଛି। ଏଥିପାଇଁ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍କୁ ବାଦ ଦିଆଯାଇଛି। ବିସିସିଆଇ ଜାନୁଆରୀ ୩ରେ ବୁମ୍ରାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସ୍କ୍ୱାଡରେ ସାମିଲ କରିଥିଲା। ହେଲେ ଆଜି ତାଙ୍କୁ ସ୍କ୍ୱାଡରୁ ବାଦ ଦିଆଯାଇଛି। ସେପ୍ଟେମ୍ବର ମାସରେ ଆହତ ହୋଇଥିବା ବୁମ୍ରା ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ରିହ୍ୟାବ କରିଥିଲେ। ସେଠାରେ ସେ ଫିଟ ହେବାରୁ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ରେ ସାମିଲ କରାଯାଇଥିଲା। ତେବେ ମ୍ୟାଚ୍ ଖେଳିବା ପାଇଁ ଆବଶ୍ୟକ ଫିଟନେଶ ବୁମ୍ରାଙ୍କ ପାଖରେ ନାହିଁ। ବୁମ୍ରା ବ୍ୟାକ ଇଞ୍ଜୁରୀରୁ ଏଯାଏ ସଂପୂର୍ଣ୍ଣ ଭାବେ ମୁକୁଳି ନାହାନ୍ତି। ମ୍ୟାଚ୍ ପାଇଁ ଫିଟ ହେବାକୁ ତାଙ୍କୁ ଆଉ କିଛି ଦିନ ଲାଗିବ।

Related posts

ୱାର୍ଲ୍ଡକପ୍ ଉପରେ ଗୋଡ ରଖି ଫଟୋ ଉଠାଇଲେ ମିଚେଲ ମାର୍ଶ

Odisha Sports Bureau

ଧୋନୀ-ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ସଲମାନ ଅଲ୍ଲୀ ଆଗା

Odisha Sports Bureau

ଆଜିର ଦିନରେ ଡେବ୍ୟୁ କରିଥିଲେ ବିରାଟ,ଆନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ୧୫ ବର୍ଷ

Odisha Sports Bureau